ଚିକିଟି,୧୩/୦୨/୨୦୨୨:
ସାମୁଦ୍ରିକ ଥାନା ସୁନାପୁର ଅନ୍ତର୍ଗତ ପାତିସୁନପୁର ଗ୍ରାମରେ ପ୍ରାକ୍ ରାଜନୈତିକ ହିଂସା ଯୋଗୁଁ ସେଡ୍ ସହିତ ୩୦ଲକ୍ଷ ଟଙ୍କାର ଜାଲ ପୋଡ଼ିଦେଲେ ଦୁର୍ବୃତ୍ତ। ଘଟଣାରୁ ଜଣାପଡିଛି ସୋମବାର ୱାସୁପିଲି ୱାଲୟା ରାତ୍ର ସାଢ଼େ୧୨ଟା ବେଳେ ନିଜଡଙ୍ଗା ଧରି ସମୁଦ୍ର ଭିତରକୁ ଗଲାବେଳେ (ଓଡି ୦୭ ଇଉ ୦୬୬୬) କାର ରେ ତିନି ଜଣ ବସିଥିଲେ। ସେହି ରାସ୍ତାରେ ନିଛାଟିଆ ଯାଗା ଦେଇ କାର ଟି ଆସିବାର ଦେଖି ଚମକି ପଡିଥିଲେ। କାର ଭିତରୁ ଆସି ଧମକ ମଧ୍ୟ ଦେଇଥିବା ଅଭିଯୋଗ କରିଛନ୍ତି। ଏହାକୁ ଖାତିର ନକରି ସମୁଦ୍ର ଭିତରକୁ ଡଙ୍ଗାଧରି ମାଛମାରିବାକୁ ଚାଲି ଯାଇଥିଲେ। ପଛକୁ ବୁଲି ଦେଖିଲା ବେଳେ ନିଆଁ ହୁତ ହୁତ୍ ହୋଇ ଜଳିବା ଲାଗିଥିଲା। ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ। ସେତେ ବେଳକୁ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଡଙ୍ଗାରେ ଯାଉଥିବା ମଧ୍ୟରେ ୱାସୁପଲି ଲିଙ୍ଗରାଜ, ଜି.କ୍ରିଷ୍ଣାରାଓ, ୱାସୁପିଲି ଗୋପୀନାଥ, ଆର.ବଳରାମ ଅନ୍ୟାନ୍ୟ ୧୦ଜଣ ପ୍ରତ୍ୟକ୍ଷ ଭାବେ କାର୍ ରେ ବସିଥିବା ତିନିଜଣ ମଧ୍ୟରୁ ବାଇପିଲି କୋଟେଶୁ,ବି.ଜନାର୍ଦ୍ଦନ, ରଙ୍କ ପଳେଇ ଙ୍କୁ ଦେଖିଥିବା କହିଛନ୍ତି। ଗତ ଦୁଇବର୍ଷ ହେଲା ଗଣ୍ଡଗୋଳ କରୁଥିଲେ। ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ନିମନ୍ତେ ଅଞ୍ଚଳର ସରପଞ୍ଚ ଓ ବିଜେପି ୧୮ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଗତ ଦୁଇଦିନ ତଳେ ପ୍ରଚାର ପାଇଁ ଗ୍ରାମରେ ଏକତ୍ରିତ ହୋଇ ବୁଲିବା ନେଇ ରାଗ ରଖିଥିବା କହିଛନ୍ତି। ଏହି ସୁଯୋଗ ନେଇ ପେଟ୍ରୋଲ ଢ଼ାଳି ଜାଳି ଦେଇଛନ୍ତି ମତ୍ସ୍ୟଜୀବୀଙ୍କ ମାଛଧରା ଜାଲ ର ଗୋଦାମ ଘର। ଚିକିଟି ବ୍ଲକ ପାତିସୁନାପୁର ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ରାଜନୈତିକ ଅଭିସନ୍ଧି ଥିବାର ପ୍ରମାଣ ମିଳୁଥିବା ଅନୁମାନ କରାଯାଉଛି। ଏହି ପରିବାର ଜୀବିକା ବିପନ୍ନ ହୋଇପଡ଼ିଛି।ଆନୁମାନିକ ୩୦ଲକ୍ଷ ଟଙ୍କାର ମାଛଧରା ଜାଲ ଡଙ୍ଗାଯନ୍ତ୍ର ଥିବା ଘରକୁ ପୋଡ଼ି ଦେଇଥିବା ସାମୁଦ୍ରିକ ଥାନା ରେ ଅଭିଯୋଗ ହୋଇଛି । ବାଇପିଲୀ ଓଲାୟା ଓ ତାଙ୍କ ତିନି ପୁଅଙ୍କର ଜାଲପୋଡ଼ି ଯାଇଥିବା ଥାନାରେ ଏତଲା ଦେଇଛନ୍ତି।ଏହି ଜାଲ ଦ୍ବାରା ପ୍ରାୟ ୫୦ ଟି ପରିବାର ଜୀବିକା ନିର୍ବାହ କରୁଥିଲେ। ଏହିଘଟଣା ଦ୍ବାରା ଜୀବନଜୀବିକା ହରାଇଥିବା ଅଭିଯୋଗ କରିଛନ୍ତି।ମାଛଧରା ଆସବାବପତ୍ର ସମ୍ପୂର୍ଣ୍ଣ ନିଆଁରେ ପୋଡି ଛାରଖାର ହୋଇଯାଇଛି । ଘଟଣା ସ୍ଥଳରେ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ ସାମୁଦ୍ରିକ ଥାନା ୩/୨୨ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସାରଦା ପ୍ରସାଦ ଦାସ କହିଛନ୍ତି। ବିଭିନ୍ନ ରାଜନେତା ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଆର୍ଥିକ ସହାୟତା ୧ଲକ୍ଷ ଟଙ୍କା କଂଗ୍ରେସ ଦଳର କିଶାନ ସେଲ୍ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ପ୍ରଦାନ କରିଥିଲେ।ସେପରି ଘଟଣା ସ୍ଥଳରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ପହଞ୍ଚି ସମବେଦନା ଜଣାଇ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ପାତିସୁନପୁର ଗ୍ରାମରେ ପ୍ରାକ୍ ରାଜନୈତିକ ହିଂସା, ସେଡ୍ ସହିତ ୩୦ଲକ୍ଷ ଟଙ୍କାର ଜାଲ ପୋଡ଼ିଦେଲେ ଦୁର୍ବୃତ୍ତ।