ଗୋଳନ୍ଥରା,୧୪/୦୨/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ବ୍ଲକ ପାରାପେଣ୍ଠ ଗ୍ରାମରେ ଗ୍ରାମ ର ଭଦ୍ରବ୍ୟକ୍ତି ଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ କରିବା ସହ କଥା ନ ଶୁଣିବାରୁ ୪ ପରିବାରକୁ ଜୋରିମାନା କରାଯିବା ସହ ଗାଁ ରୁ ବାସନ୍ଦ କରାଯିବା ନେଇ ଘୋଷଣା କରାଯାଇଥିବା ନେଇ ଟି. ରାମେୟା ରେଡ୍ଡୀ ଙ୍କ ପକ୍ଷରୁ ଗୋଳନ୍ଥରା ଥାନା ରେ ଲିଖିତ ଅଭିଯୋଗ କରାଯାଇଛି।ରାମେୟାଙ୍କ ଅଭିଯୋଗ ଅନୁଯାୟୀ ଗତ ୧୩ ତାରିଖରେ ଗାଁ ମୁଖିଆ ବି ରାମମୂର୍ତ୍ତୀ ଙ୍କ ସମେତ ଅନ୍ୟାନ୍ୟ ଭଦ୍ରଲୋକ ମାନେ ଗାଁ ମଣ୍ଡପ ରେ ବୈଠକ କରି ଏକସିଙ୍ଗ ପଞ୍ଚାୟତ ନିମନ୍ତେ ପ୍ରାର୍ଥୀ ହୋଇଥିବା ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ବାଧ୍ୟ କରିଥିଲେ। ଏଥିରେ ରାମେୟା ରାଜି ନ ହେବାରୁ ତାଙ୍କୁ ୭୫୦୦ ଟଙ୍କା ଜୋରିମାନା ପକାଇବା ସହ ଅନ୍ୟ ତିନି ପରିବାର ଏସ.ମାଧବ ଚନ୍ଦ୍ର ରେଡ୍ଡୀ,ଡି.ନୋକେୟା ରେଡ୍ଡୀ ଓ ଡି.ଆଦିନାରାୟଣ ରେଡ୍ଡୀ ପ୍ରମୁଖ ଙ୍କୁ ୨୫୦୦ ଟଙ୍କା ଜୋରିମାନା ପକା ଯାଇଥିବା ଥାନାରେ ଏତଲା ଦେଇଛନ୍ତି। ଏଥି ସହ ଗ୍ରାମବାସୀ ଙ୍କୁ ଭୋଟଦିନ ଭୋଟ ଗ୍ରହଣ କେନ୍ଦ୍ର କୁ ନଯିବାକୁ ତାଗିଦ କରାଯାଇଥିବା ଅଭିଯୋଗ ହୋଇଛି। ଏହା ନେଇ ରାଜ୍ୟ ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ଏତଲା ପ୍ରକାରେ ଆଇଆଇସି ବିବେକାନନ୍ଦ ମହନ୍ତ ଙ୍କ ସହ ଯୋଗାଯୋଗ ବେଳେ ଘଟଣା ନେଇ ଅଭିଯୋଗ ମିଳିଥିବା ଏବଂ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି।