ୟୁ ଜି ୫ମ ସେମିଷ୍ଟାର୍ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରାଯିବାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଠାରେ ଛାତ୍ରଛାତ୍ରୀ ଙ୍କ ଦାବି

0
314

ବ୍ରହ୍ମପୁର , ୧୪/୦୨/୨୦୨୨ :
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧୀନସ୍ଥ ସମସ୍ତ ଡିଗ୍ରୀ କଲେଜର ୟୁ.ଜି ୫ମ ସେମିଷ୍ଟାର ପରୀକ୍ଷାର୍ଥୀ ମାନେ ଅନଲାଇନ ମାଧ୍ୟମରେ ପରିକ୍ଷା କରାଯିବା ନେଇ ଆଜି ବିଶ୍ବବିଦ୍ୟାଳୟ ପରିକ୍ଷା ନିୟନ୍ତ୍ରକଙ୍କ ଠାରେ ଦାବି ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ , ୫ମ ସେମିଷ୍ଟାର ପରୀକ୍ଷା ଅଫଲାଇନରେ ହେବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯାହା କି ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟକରି ପରୀକ୍ଷା ସ୍ଥଗିତ ରହିଛି । ନୂତନ ଭେରିଆଣ୍ଟ ଓମିକ୍ରନ ତାର କାୟା ବିସ୍ତାର କରି ସାରିଲାଣି ଏବଂ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇସାରିଲାଣି । କୋରନା ଭୂତାଣୁ ଓମିକ୍ରନ୍ ସଂକ୍ରମଣ ବଢୁଥିବାର ଲକ୍ଷ୍ୟ କରି ସରକାର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡିକ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବଂ ଅନେକ କଟକଣା ଲାଗୁ କରିଛନ୍ତି । ଆଗକୁ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ପ୍ରବାସୀ ମାନଙ୍କ ଘରକୁ ଫେରିବା ଆରମ୍ଭ ହୋଇସାରିଲାଣି । ଏହା ସହିତ ପଞ୍ଚାୟତ ନିର୍ବାଚନ କାରଣରୁ ଅନେକାଂଶରେ ଜନଗହଳି ସୃଷ୍ଟି ହେଉଛି ଯାହାଦ୍ବାରା ସଂକ୍ରମଣ ବଢିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏମିତି ଏକ ପରିସ୍ଥିତିରେ ଅଫ୍‌ଲାଇନ୍ ପରୀକ୍ଷା କରିବା ସଂକ୍ରମଣକୁ ବଢ଼ାଇବାରେ ସହାୟକ ହେବ । ଗୋଟିଏ ମାସ ଅଫ୍‌ଲାଇନ୍ ଶିକ୍ଷା ଦାନ ହୋଇଥିବା ବେଳେ ସଂକ୍ରମଣ ବ୍ୟାପୁଥିବା କାରଣରୁ ବର୍ତ୍ତମାନ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଚାଲିଛି । ମୂଖ୍ୟ କଥା ହେଉଛି ବର୍ତ୍ତମାନ ସୁଦ୍ଧା ମହାବିଦ୍ୟାଳୟ ଗୁଡିକରେ ଶତକଡା ୫୦ ପ୍ରତିଶତ ମଧ୍ଯ ସିଲାବସ୍ ସରିନାହିଁ ତେଣୁ ଏହିସବୁ କାରଣକୁ ବିଚାରକୁ ନେଇ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରିବା ନିମନ୍ତେ ଅନୁରୋଧ କରିଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ୱ ଦେଇ ୟୁଜି ୫ମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଅନଲାଇନ୍ ମାଧମରେ କରିବାର ନିଷ୍ପତି ଗ୍ରହଣ କରିବା ପାଇଁ ସେଥିରେ ଉଲ୍ଲେଖ କରିଛନ୍ତି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଚନ୍ଦନ ମହାରଣା , ଅର୍ଜୁନ ସାହୁ , ଭଗବାନ ସେଠୀ , ଓଁକାର ମିଶ୍ର , ଶିବଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here