ଆଇଆରସିଟିସି ପକ୍ଷରୁ ଉତ୍ତର ଭାରତ ଦର୍ଶନ ସ୍ବତନ୍ତ୍ର ଟ୍ରେନ ଆସନ୍ତା ମାର୍ଚ୍ଚ ୧୯ ତାରିଖ ରୁ ଯାତ୍ରା କରିବ

0
566

ବ୍ରହ୍ମପୁର,୧୫/୦୨/୨୦୨୨:
ଆଇଆରସିଟିସି ତରଫରୁ ଉତ୍ତର ଭାରତ ଦର୍ଶନ ସ୍ବତନ୍ତ୍ର ଟ୍ରେନ ଆସନ୍ତା ମାର୍ଚ୍ଚ ୧୯ ତାରିଖ ରୁ ଯାତ୍ରା ଆରମ୍ଭ ହେବ।ଏହି ଟ୍ରେନ ଟି ବୈଷ୍ଣବଦେବୀ ସମେତ ଉତ୍ତର ଭାରତ ର ଆଗ୍ରା ର ତାଜମହଲ, ଆଗ୍ରା ଫୋର୍ଟ,ମଥୁରା ରେ କୃଷ୍ଣ ଜନ୍ମଭୂମି,ହରିଦ୍ବାର ରେ ମାନସା ଦେବୀ ମନ୍ଦିର ଏବଂ ଗଙ୍ଗା ଆରତୀ,ଅମୃତସର ରେ ସ୍ବର୍ଣ୍ଣ ମନ୍ଦିର ଏବଂ ଓ୍ବାଘା ବର୍ଡର ଯାତ୍ରା କରି ୮ଦିନ ଏବଂ ୯ ରାତ୍ରି ପରେ ୨୭ ତାରିଖରେ ଟ୍ରେନ ଫେରିବ।ଏ ସମ୍ପର୍କରେ ଆଜି ବ୍ରହ୍ମପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭୂବନେଶ୍ୱର ସ୍ଥିତ ଆଇଆରସିଟିସି ଆଞ୍ଚଳିକ କାର୍ଯ୍ୟାଳୟ ର ମ୍ୟାନେଜର ଡାଃ. କ୍ରାନ୍ତି ସାଓ୍ବରକର ସୁଚନା ଦେଇଛନ୍ତି । ଏହି ଟ୍ରେନ ରେ ୨ୟ ଶ୍ରେଣୀ ଶୟନକକ୍ଷ ବଗି ରେ ଯାତ୍ରୀ ପିଛା ୮୫୧୦ ଟଙ୍କା ଥିବା ବେଳେ ୩ୟ ଶ୍ରେଣୀ ଶୀତତାପ ନିୟନ୍ତ୍ରିତ ବଗି ରେ ଯାତ୍ରୀ ପିଛା ୧୦୪୦୦ ଟଙ୍କା ମୂଲ୍ୟ ନିର୍ଦ୍ଧାରଣ ହୋଇଛି।ଏହି ଯାତ୍ରା ସମୟରେ ଆଇଆରସିଟିସି ପକ୍ଷରୁ ଯାତ୍ରୀ ଙ୍କୁ ନିରାମିଷ ମଧ୍ୟାହ୍ନ ଭୋଜନ, ରାତିରେ ଭୋଜନ, ଜଳଖିଆ ସହ ଚାହା,କଫି ପ୍ରଦାନ କରାଯିବ। ଯାତ୍ରୀ ମାନଙ୍କ ପାଇଁ ରାତ୍ରି ରହଣୀ ପାଇଁ ବ୍ୟବସ୍ଥା କରାଯିବା ଯାତ୍ରା ବେଳେ ଯାତ୍ରୀ ଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ବୀମା ମଧ୍ୟ କରାଯିବାକୁ ବ୍ୟବସ୍ଥା ରହିଥିବା ବିଷୟ ଆଇଆରସିଟିସି ମ୍ୟାନେଜର ଡାଃ. କ୍ରାନ୍ତି ସାଓ୍ବରକର ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here