ଗଞ୍ଜାମ ଜିଲ୍ଲାପାଳଙ୍କ ପୋଚିଲିମା ପଞ୍ଚାୟତରେ ନିର୍ବାଚନୀ ଗସ୍ଥ ସହ ପିଙ୍କ୍ ବୁଥ ପରିଦର୍ଶନ

0
314

ବ୍ରହ୍ମପୁର,୧୫/୦୨/୨୦୨୨:

ରାଜ୍ୟରେ ଅନୁଷ୍ଠିତ ହେଉଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆସନ୍ତା କାଲି ୧୬ ତାରିଖରେ ଅନୁଷ୍ଠିତ ହେଉଥିବା ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚଳ ଚଞ୍ଚଳ ହୋଇଅଛି । ଆସନ୍ତା କାଲି ମତଦାନ ହେବାକୁ ଥିବା ନିର୍ଦ୍ଧାରିତ ବ୍ଳକର ମତଦାନ କେନ୍ଦ୍ରକୁ ପୋଲିଂ ପାର୍ଟି ପହଞ୍ଚିଥିବା ସହ ବୁଥରେ ଅବସ୍ଥାନ କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ନିଜ ନିଜ ଦାୟିତ୍ଵରେ ରହିଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାତାଙ୍କ ପାଇଁ ଖୋଲାଯାଇଥିବା ସଂପୂର୍ଣ୍ଣ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ପିଙ୍କ୍ ବୁଥକୁ ଆଜି ଜିଲ୍ଲାପାଳ ପରିଦର୍ଶନ କରିଛନ୍ତି । ହିଞ୍ଜିଳିକାଟୁ ବ୍ଲକ୍ ପୋଚିଲିମା ପଞ୍ଚାୟତର ୱାର୍ଡ ୭ ଓ ୮ ର ମତଦାନ କେନ୍ଦ୍ର ସୋମପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ଅବସ୍ଥାନ କରୁଥିବା ପିଙ୍କ୍ ବୁଥ ପଦାଧିକାରୀଙ୍କ ସହ ବ୍ୟବସ୍ଥିତ ସୁବିଧା ଅସୁବିଧା ନେଇ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ବିଜୟ ଅମୃତା କୂଲାଙ୍ଗେଙ୍କ ସହ ହିଞ୍ଜିଳିକାଟୁ ବିଡ଼ିଓ , ତହସିଲଦାର , ମୁନିସିପାଲଟି ନିର୍ବାହୀ ଅଧିକାରୀ , ପୋଚିଲିମା ସେକ୍ଟର ଅଫିସର ପ୍ରମୁଖ ନିୟୋଜିତ ପୋଲିଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପିଙ୍କ୍ ବୁଥର ସୁପରିଚାଳନାକୁ ନେଇ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here