ସାନଖେମୁଣ୍ଡି ଜିଲ୍ଲା ପରିଷଦ ଜୋନ୍ – ୬୨ରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମିଳିତ ପ୍ରଚାର କଲେ ରମେଶ ଜେନାଙ୍କ ସହ ସିପିଆଇର ରାମକୃଷ୍ଣ ପଣ୍ଡା

0
438

ବ୍ରହ୍ମପୁର ,୧୬/୦୨/୨୦୨୨: ଜିଲ୍ଲା ତଥା ରାଜ୍ୟର ପ୍ରମୁଖ ଚର୍ଚ୍ଚିତ ସାନଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବାମପନ୍ଥୀଙ୍କ ଅଭେଦ୍ୟ ଦୁର୍ଗ ଥିବା ଲାଲଗଡ ଗୌତମୀ ପଞ୍ଚାୟତରେ ଆଜି ସାନଖେମୁଣ୍ଡିର ଜୋନ୍ – ୬୨ ଜିଲ୍ଲାପରିଷଦ ଆସନ ସହ ଦଳୀୟ ପଂଚାୟତ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ହୋଇଅଛି । ଦ୍ଵିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମତଦାନର ଶେଷ ପ୍ରଚାର ଦିବସ ଅବସରରେ ଅନୁଷ୍ଠିତ ଏହି ଦଳୀୟ ପ୍ରଚାରରେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କ ସହ ଏଆଇଟିୟୁସିର ସର୍ବଭାରତୀୟ ଉପସଭାପତି ତଥା ଆନ୍ତର୍ଜାତିକ ବାମପନ୍ଥୀ ବ୍ୟକ୍ତିତ୍ଵ ସାଥୀ ରାମକୃଷ୍ଣ ପଣ୍ଡା ପ୍ରଚାରରେ ସାମିଲ ରହି ସିପିଆଇ ସମର୍ଥିତ ପ୍ରାର୍ଥୀ ଏବଂ କଂଗ୍ରେସ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଶାଳ ମିଳିତ ରାଲି ସହ ପ୍ରଚାର କରିଥିଲେ । ପ୍ରଚାର ଶୋଭାଯାତ୍ରାରେ ଗୌତମୀ ପଂଚାୟତ ପରିକ୍ରମା କରି ପଥପ୍ରାନ୍ତ ନିର୍ବାଚନୀ ସଭାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ , ଶ୍ରମିକ , ଦିନ ମଜୁରୀଆଙ୍କ ସହ ନିମ୍ନ ମଧ୍ୟବିତଙ୍କ ସ୍ବାର୍ଥ ବିରୋଧୀ ଯୋଜନାକୁ ତୀବ୍ର ବିରୋଧ କରିଥିଲେ । ସାନ୍ତୁଷ୍ଟିକରଣ ଯୋଜନାର ଆଢ଼ୁଆଳରେ ଖଣି , ପାଣି , ଜମି ଜଙ୍ଗଲକୁ ଦଳୀୟ ଲୁଟେରାଙ୍କ ଦ୍ଵାରା ଲୁଟ କରୁଥିବା ଉଭୟ ସରକାର ଏବଂ ଟାଟା , ରେଲିଆନ୍ସ ଆଦି ବଡ଼ବଡ଼ ପଞ୍ଜିପତିଙ୍କ ୱାର୍ଥରେ ଲାଭକାରୀ ସରକାରୀ ଉଗ୍ୟୋଗକୁ ବିକ୍ରୀ କରୁଥିବା ସରକାରକୁ ଜବାବ ଦେବାପାଇଁ ଜନ ସଚେତନା ସହିତ ମିଳିତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରାଇବାକୁ ଆହ୍ଵାନ ଦେଇଥିଲେ । ଏଥି ସହିତ ୬୨ ନମ୍ବର ଜୋନରେ କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆଙ୍କୁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , କାମଦେବ ନାୟକ , ପ୍ରଦୀପ ସେଠୀ , ଗୌତମୀ ସରପଞ୍ଚ ସୁଶାନ୍ତ ସ୍ବାଇଁ , ଶଙ୍କର୍ଷଣ ଖୁଣ୍ଟିଆ , କୈଳାସ ପାତ୍ର ପ୍ରମୁଖ ଯୋଗଦେଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ ।

LEAVE A REPLY

Please enter your comment!
Please enter your name here