କଳମ୍ବରେ ଗୋଷ୍ଠୀ କନ୍ଦଳ । ପୂର୍ବତନ ସରପଞ୍ଚ ଙ୍କୁ ମରଣାତ୍ମକ ଆକ୍ରମଣ।

0
296

ବ୍ରହ୍ମପୁର, ୧୬/୦୨/୨୦୨୨: ଗଞ୍ଜାମ ପୋଲିସ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଆଜି ବିଜୁ ଜନତା ଦଳର ଗୋଷ୍ଠୀ କନ୍ଦଳ ଉଗ୍ର ଋପ ଧାରଣ କରିଛି । ଗୋଟିଏ ଗୋଷ୍ଠୀ ଆଜି ସରପଞ୍ଚ ପ୍ରଶାନ୍ତ ପ୍ରଧାନ(୨୦୧୭ ମସିହାରେ ନିର୍ବାଚିତ) ଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ପୋଲସରା ଥାନାରେ ଅଭିଯୋଗ ହେଇଅଛି । ପ୍ରଶାନ୍ତ ପ୍ରଧାନ ଥାନାରେ କରିଥିବା ଅଭିଯୋଗ ପ୍ରକାରେ ଆଜି ସେ କଳମ୍ବ ନୁଆଁଗାଁର ଗୋଟିଏ ମହିଳା ଗୋଷ୍ଠିର ମାସିକ ହିସାବ ଉଗ୍ରସେନ ସାହୁଙ୍କ ଘରେ କରୁଥିଲେ । ସେହି ସମୟରେ କଳମ୍ବ ଗ୍ରାମର ପିଣ୍ଟୁ ସାହୁ , ଦିପୁ ସାହୁ , ସୁଶାନ୍ତ ସାହୁ , ସୂଚିତ ପ୍ରଧାନ , ଯୋଗୀନ୍ଦ୍ର ପ୍ରଧାନ , ରାମଚନ୍ଦ୍ର ସାହୁ , ବିକାଶ ପ୍ରଧାନ , ପ୍ରସାନ ସାହୁ , ଜାମୁନି ସାହୁ , ଅଶୋକ ସାହୁ , କୃଷ୍ଣଚନ୍ଦ୍ର ପ୍ରଧାନ , ମଙ୍ଗୁଲୁ ସାହୁ , ପରମେଶ୍ବର ପ୍ରଧାନ , ବିଭୁତି ଭୂଷଣ ସାହୁ ଓ ଗୋଚ୍ଛାବାଡ଼ି ଗ୍ରାମର ଧିରଜ ସାହୁ ପ୍ରମୁଖ ଘର ଭିତରେ ପଶି ବାଧା ସୃଷ୍ଟି କରିଥିଲେ । ମହିଳା ଗୋଷ୍ଠୀର ସଭ୍ୟାମାନେ ଏହାର ପ୍ରତିବାଦ କରିବାରୁ ଉପରୋକ୍ତ ଅଭିଯୁକ୍ତ ମାନେ ସେମାନଙ୍କ ଲୁଗାପଟା ଚିରି ଅସଦାଚରଣ କରିବା ସହିତ ପ୍ରଶାନ୍ତ ପ୍ରଧାନଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲେ । ଏହାର ପ୍ରତିବାଦରେ କଳମ୍ବର ଶହ ଶହ ମହିଳା ପୋଲସାରା ଥାନାକୁ ଆସି ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଥାନାରେ କେହି କର୍ମଚାରୀ ନଥିବା କାରଣରୁ ମହିଳା ମାନେ ଦୀର୍ଘ ସମୟ ଧରି ସେଠି ବସି ରହିଥିଲେ । ୨୪ ଘଣ୍ଟା ପୁରିଥିଲେ ମଧ୍ୟ ପୋଲସରା ପୋଲିସ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା ଏବଂ ପ୍ରଭାବଶାଳୀ ନେତୃତ୍ୱଙ୍କ ଚାପରେ ଘଟଣାକୁ ଚାପେଇବା ଉଦ୍ୟମରେ ଥିବା ଧାରଣାରତ ମହିଳା ଗୋଷ୍ଠୀଙ୍କ ପକ୍ଷରୁ ସୂଚନା ମିଳିଅଛି ।

LEAVE A REPLY

Please enter your comment!
Please enter your name here