ଦ୍ଵିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ରଙ୍ଗେଇଲୁଣ୍ଡା ବ୍ଲକ୍ ପ୍ରଶାସନ ।

0
305

ରଙ୍ଗେଇଲୁଣ୍ଡା,୧୬/୦୨/୨୦୨୨ : ଆସନ୍ତା୧୮ ଫେବୃୟାରୀ ତାରିଖ ଦିନ ରଙ୍ଗେଇଲୁଣ୍ଡା ବ୍ଳକର ମତଦାନ ହେବାକୁ ଥିବା ସମସ୍ତ ୪୦୦ବୁଥ୍ ପ୍ରସ୍ତୁତ ହୋଇସାରିଛି । ପ୍ରସ୍ତୁତ ହୋଇଥିବା ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରକୁ ନିୟୋଜିତ ଥିବା ନୋଡାଲ୍ ଅଧିକାରୀ ମାନେ ପରିଦର୍ଶନ କରି ସବୁ ଠିକ୍ ଥିବା ଜଣାଇଛନ୍ତି । ଏନେଇ ଆଜି ରଙ୍ଗେଇଲୁଣ୍ଡା ବ୍ଲକ୍ କନିସି ବାଲାଜୀ ବିଦ୍ୟାପୀଠ ଠାରେ ଥିବା ବିତରଣ କେନ୍ଦ୍ର ଠାରୁ ପୋଲିଂପାର୍ଟିଙ୍କୁ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ ସହ ପଠାଇବା ଏବଂ ନିର୍ବାଚନ ଶେଷକରି ପୋଲିଂପାର୍ଟି କିଭଳି ନିର୍ବାଚନ ସାମଗ୍ରୀ ଦାଖଲ କରିବେ ଏଥିନେଇ ପର୍ଯ୍ୟବେକ୍ଷକ ସମସ୍ତ ସମୀକ୍ଷା କରିଛନ୍ତି । ଏହି ଅବସରରେ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ତଥା ପର୍ଯ୍ୟବେକ୍ଷକ ଜ୍ୟୋତିଶଙ୍କର ରାୟ ଗୋଟିଏ ଆଦର୍ଶ ମତଦାନ କେନ୍ଦ୍ର ତଥା ମହିଳାମାନଙ୍କ ପାଇଁ ପିଙ୍କବୁଥ ପରିଦର୍ଶନ କରି ସବୁ ଠିକ୍ ଠାକ୍ ଥିବା ସହ ସନ୍ତୋଷ ଜନକ ଥିବା କହିଛନ୍ତି । ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ସକାଶେ ୪ଶହ ପୋଲିଂପାର୍ଟିଙ୍କ ମଧ୍ୟରୁ ହିଞ୍ଜିଳିକାଟୁ ଠାରୁ ରଙ୍ଗେଇଲୁଣ୍ଡା ବ୍ଲକ ବୁଥକୁ ୩୦୭ ପୋଲିଂ ବୁଥରେ ରାତି ସୁଧା ପହଞ୍ଚି ସାରିଛନ୍ତି । ଅନ୍ୟାନ୍ୟ ବ୍ଲକରୁ ବାକି ୯୩ ପୋଲିଂ ପାର୍ଟି ସକାଳ ୭ଟା ବେଳେ ପହଞ୍ଚିବା ନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର କହିଛନ୍ତି । ସମସ୍ତ ପୋଲିଂ ବୁଥରେ ପୋଲିସ୍ କର୍ମଚାରୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନିମନ୍ତେ ନିଯୁକ୍ତି ଅଛନ୍ତି ।

LEAVE A REPLY

Please enter your comment!
Please enter your name here