ବ୍ରହ୍ମପୁର , ତା୧୬/୦୨/୨୦୨୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ସମ୍ପ୍ରତି ବହୁ ଅଭାବନୀୟ ଘଟଣା ଦୃଶ୍ୟମାନ ହେଉଅଛି । ଘଟୁଥିବା ସବୁ ଅଭାବନୀୟ ଘଟଣାକୁ ପ୍ରଶାସନ ଜାଣିଶୁଣି ନଜର ଅନ୍ଦାଜ କରୁଥିବା ମଧ୍ୟ ସାଧାରଣରେ ଦିହସୁହା ହୋଇଥିବା ବେଳେ ମୂଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟା ପ୍ରାର୍ଥୀନୀ କାପଲ ନର୍ମଦାଙ୍କୁ ଗତକାଲି ଶାସକ ଦଳର ସମତିସଭ୍ୟା ପ୍ରାର୍ଥୀଙ୍କ ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରିବା ଏବଂ ଆଜି ସମରଝୋଳ ମତଦାନ କେନ୍ଦ୍ରରେ ମଧ୍ୟ ତାଙ୍କ ସ୍ବାମୀ କାପଲ ରୋହିତଙ୍କ ଉପରେ ଆକ୍ରମଣ ଘଟଣା ଜିଲ୍ଲାରେ ନିର୍ବାଚନ ପରିଚାଳନା ନେଇ ସଂଶୟ ସୃଷ୍ଟି କରିଅଛି । କାପଲ ନର୍ମଦା ଜଣେ ପ୍ରତିଦ୍ବନ୍ଦି ହୋଇଥିଲେ ମଧ୍ୟ ସେ ଜଣେ ଭଲ ବନ୍ଧୁ ଭାବରେ ଆଜି ମତଦାନ କରି ଫେରୁଥିବା ସମୟର ସାକ୍ଷାତରେ ଅତି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଥିଲେ । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା ଯଦି ଅପରାଧ ତେବେ ନିର୍ବାଚନର ବୈଧଟାରେ ସନ୍ଦେହ ଜାତ କରୁଅଛି । ସର୍ବବୃହତ ଗଣତନ୍ତ୍ରର ଦେଶରେ ୨୨ ବର୍ଷ ଶାସନ କରୁଥିବା ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ନିଜ ଦଳର ନେତା ଓ କର୍ମୀଙ୍କୁ ଏହି ଶିକ୍ଷା ଦେଇପାରିଲେ ନାହିଁ, ତେବେ ଜଣେ ସଚ୍ଚୋଟ ଓ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ମୂଖ୍ୟମନ୍ତ୍ରୀ ଗଣତାନ୍ତ୍ରିକ ପରମ୍ପରାକୁ କିପରି ସମ୍ମାନ ଦେଉଥିବେ ତାହା ପ୍ରଶ୍ନବାଚୀ ହୋଇଅଛି । ଗଞ୍ଜାମରେ ପୋଲିସ ଓ ପ୍ରଶାସନର ଭୂମିକା ସନ୍ଦେହ ଜନକ । ରକ୍ଷକ ହୋଇ ଭକ୍ଷକ ନୀତି ଆପଣାଇଥିବା ଯୋଗୁଁ ସାଧାରଣ ଗ୍ରାମବାସୀ ଭୀତତ୍ରସ୍ତ । ଏଭଳି ମାଡମାରିବା ଓ ଭୟଭୀତ କରି ଆତଙ୍କରାଜ ସୃଷ୍ଟି କରିବା ନୀତିକୁ ଦୃଢ ଭାଷାରେ ନିନ୍ଦା କରିବା ସହ ପ୍ରାର୍ଥୀ, ପ୍ରାର୍ଥୀଙ୍କ ପରିବାର, ସମର୍ଥକ ଓ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ବଡଖଣ୍ଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରାର୍ଥୀନୀ ତଥା ସି.ପି.ଆଇ(ଏମ୍- ଏଲ୍) ରେଡଷ୍ଟାର ଜିଲ୍ଲା କମିଟି ସଦସ୍ୟା ପେଦିନୀ ପାର୍ବତୀ ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ * ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ହତ୍ୟା କରିବା ଅତ୍ୟନ୍ତ ଦୁଃଖ ଦାୟକ *...