ପୋଲସରା ରେ ଥମୁନି ହିଂସାକାଣ୍ଡ। ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ଡାକୁଆଙ୍କୁ ମରଣାନ୍ତକ ଆକ୍ରମଣ ।

0
268

ବ୍ରହ୍ମପୁର , ୧୬/୦୨/୨୦୨୨:
ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ଗାଁ ରେ ଘଟିଛି ଏକ ହିଂସାକାଣ୍ଡ । ରୁମାଗଡ଼ର ପୂର୍ବତନ ସରପଞ୍ଚ ପୂର୍ଣଚନ୍ଦ୍ର ଖଟୁଆଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଅଭିଯୋଗ ହେଇଛି । ପୂର୍ଣଚନ୍ଦ୍ର ବଡ଼ସାହି ତଳମୁଣ୍ଡ ରାସ୍ତାରେ ଯାଉଥିବା ବେଳେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ହଠାତ ତାଙ୍କ ସାମ୍ନାକୁ ଆସି ଅଟକାଇବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ। କାଠ ଫାଳିଆରେ ତାଙ୍କ ମୁଣ୍ଡକୁ ମଧ୍ୟ ମାରିବାର ଅଭିଯୋଗ ରହିଅଛି । କେବଳ ସେତିକି ନୁହେଁ ତାଙ୍କଠାରୁ ମୋବାଇଲ , ସୁନା ଚେନ ଏବଂ, ୧୨,୦୦୦ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ଘଟଣା ନେଇ ପୋଲିସରେ ଜଣେଇଲେ ଜୀବନରୁ ମାରିବାର ଧମକ ସହ ଉଡେଇ ଦେବୁ ବୋଲି କହିଥିଲେ । ଏନେଇ ପୂର୍ଣଚନ୍ଦ୍ର ଥାନାରେ ଅଭିଯୋଗ କରିବା ସତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ପୂର୍ଣ୍ଣଚନ୍ଦ୍ର ଗଣମାଧ୍ୟମକୁ ଜଣେଇଛନ୍ତି ।

LEAVE A REPLY

Please enter your comment!
Please enter your name here