ଗୋଳନ୍ଥରା,୧୭/୦୨/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ କୃଷ୍ଣନଗର ହରିଜନ ସାହି ବାସିନ୍ଦାଙ୍କୁ ଭୋଟ ଦେଲେ ଜିବନରେ ମାରିଦେବାକୁ ଧମକ ଦିଆଯାଇଥିବା ନେଇ ସାହି ବାସିନ୍ଦାଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବୁଧବାର ରାତିରେ ପ୍ରାୟ ୧୫ ଜଣ ଯୁବକ ରାତି ୧୧ ଟା ବେଳେ ଅଚାନକ ସାହିରେ ପହଞ୍ଚି ସାହି ବାସିନ୍ଦାଙ୍କୁ ଜାତିଆଣ ମନ୍ତବ୍ୟ ଦେଇ ଗାଳି ଗୁଲଜ କରିବା ସହ ଭୋଟ ଦେବାକୁ ଗଲେ ସାହି ର ସମସ୍ତ ଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିବା ନେଇ ଗ୍ରାମର ଅମୂଲ୍ୟ ଦାସ, ଲୋକନାଥ ଦାସ,ଶାରଦା ଦାସ ଓ ଗେଲି ଦାସ ପ୍ରମୁଖ ଲିଖିତ ଅଭିଯୋଗ କରିଛନ୍ତି।ଆଜି ସାହି ବାସିନ୍ଦା ମାନେ ଥାନା କୁ ଲିଖିତ ଅଭିଯୋଗ ନେଇ ଯାଇଥିବା ସମୟ ଥାନାରେ ଦକ୍ଷିଣାଞ୍ଚଳ ଆଇଜି ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହିଥିବା ବେଳେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଘଟଣାକୁ ଗୁରୁତର ସହ ନେବା ସହ ଆଇଆଇସି ବିବେକାନନ୍ଦ ମହନ୍ତ ଙ୍କୁ ତୁରନ୍ତ ଏହା ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।