ଗଞ୍ଜାମରେ ଖୋଲୁଛି ଶାସକ ଦଳୀୟ ଗୁମର । ପାତ୍ରପୁର ବ୍ଳକର ୨୦୦ ଆଦିବାସୀ ପରିବାରକୁ ୨୨ ବର୍ଷଧରି ମତଦାନରୁ ବଞ୍ଚିତ କରିଛନ୍ତି ସ୍ଥାନୀୟ ବିଜେଡି କୁଜିନେତା । ଏସ ପିଙ୍କୁ ଭେଟି ଗୁହାରି କଲେ ଗ୍ରାମବାସୀ ।

0
912

ବ୍ରହ୍ମପୁର ,୧୭/୦୨/୨୦୨୨:

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ସରକାରୀ ତଥ୍ୟ ଆଧାରରେ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲେ ମଧ୍ୟ ବେସରକାରୀ ସୂଚନା ଆଧାରରେ ବହୁ ସ୍ଥାନରେ ରାଜନୈତିକ ହିଂସା , ମାରପିଟ , ବୁଥ ରାଗିଂର ଘଟଣା ଦୃଶ୍ୟମାନ ହୋଇଅଛି । ଅନ୍ୟ ପକ୍ଷରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ମତଦାନ ହାର ପୂର୍ବ ନିର୍ବାଚନ ତୁଳନାରେ ନିମ୍ନଗାମୀ ହୋଇଥିବା ବିଷୟ ଶାସକ ଦଳର ପ୍ରକୃତ ମୁଖା ଖୋଲିଥିବା ଅନୁମାନ କରାଯାଉଛି । ଦୀର୍ଘଦିନ ଧରି କ୍ଷମତା ଉପଭୋଗ କରୁଥିବା ଦଳର ନିର୍ବାଚିତ ପଞ୍ଚାୟତ ଜନ ପ୍ରତିନିଧି , ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟରେ ଶାସକଦଳ ଗଞ୍ଜାମରେ ପ୍ରଶାସନିକ ରାହାଜାନୀ କରୁଥିବା ସାଧାରଣ ଘଟଣା ହୋଇଅଛି । ଏହି କ୍ରମରେ ଭୋଟଦାନରୁ ବଞ୍ଚିତ କରପଡ଼ା ଗ୍ରାମବାସୀ ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟରେ ପହଞ୍ଚି ସେମାନଙ୍କ ସାମ୍ବିଧାନିକ ଅଧିକାର ହନନ କରାଯାଉଥିବା ଅଭିଯୋଗ କରିଛନ୍ତି । ଲିଖିତ ଅଭିଯୋଗ ପ୍ରକାରେ ୨୦/୨୨ ବର୍ଷଧରି ହୋଇଥିବା ନିର୍ବାଚନରେ ସେମାନେ ମତଦାନ କରିବାରେ ସ୍ଥାନୀୟ ବିଜେଡି ନେତୃବର୍ଗ ବାଧାସୃଷ୍ଟି କରୁଥିବା ଉଲ୍ଲେଖ କରିଛନ୍ତି । ଆଦିବାସୀ ଗ୍ରାମଭାବେ କରପଡ଼ାର ବୁଥ କରିନଡ଼ା ଗ୍ରାମରେ ଥିବା କାରଣରୁ ଉକ୍ତ ଗ୍ରାମରେ ଆଦିବାସୀଙ୍କୁ ଭୋଟଦାନରୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରିଛନ୍ତି । ଏହା ସହିତ ଭୋଟଦାନ ପାଇଁ ବୁଥକୁ ଗଲେ ଉକ୍ତ ଗ୍ରାମ ବାସିନ୍ଦା ତଥା ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ସେମାନଙ୍କୁ ଧମକ ଚମକ ଦେଇ ଘଉଡ଼ାଇବା ସହ ବିରୋଧ କଲେ ଜାତିଆଣ ମନ୍ତବ୍ୟ ରଖି ହିଂସାକାଣ୍ଡ ଘଟାଇବାକୁ ଭୟ ସୃଷ୍ଟି କରୁଛନ୍ତି । ଏହାକୁ ଡ଼ରି ପଞ୍ଚାୟତର ଦେଢ଼ ଶହରୁ ଦୁଇଶହ ପରିବାର ସେମାନଙ୍କ ମୌଳିକ ଅଧିକାର ଭୋଟ ଦାନରୁ ବଞ୍ଚିତ ହେଉ ଥିବାରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଗୁହାରି କରିଛନ୍ତି । ଗ୍ରାମର ଗଣେଶ ଶବର , ଗଙ୍ଗା ଶବର ଓ ପରୀକ୍ଷିତ ଶବରଙ୍କ ସହ ବହୁ ମହିଳା ଏବଂ ଗ୍ରାମବାସୀଙ୍କ ସହ ନିଜ କାର୍ଯ୍ୟାଳୟରେ ଆଲୋଚନା କରି ବ୍ରହ୍ମପୁର ଏସ ପି ପିନାକ ମିଶ୍ର ମୌଳିକ ଅଧିକାରରୁ ବଞ୍ଚିତ ନାଗରିକଙ୍କୁ ଆଶ୍ବସ୍ତ ପ୍ରଦାନ କରିବା ସହିତ ଏଥି ନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆଶ୍ୱାସନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here