ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ତିନି ମାସ ମଧ୍ୟରେ ଲୋଚାପଡ଼ା ପଞ୍ଚାୟତ ଓ ଅନ୍ୟ ତିନି ଗ୍ରାମକୁ ମହାନଗର ନିଗମରେ ସାମିଲ କରିବା ଦାବୀରେ ବିଇଏମସି କମିଶନରଙ୍କ ଜରିଆରେ ରାଜ୍ୟ ପୌର ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ କଲା କ୍ରିୟାନୁଷ୍ଠାନ କମିଟି

0
273

ବ୍ରହ୍ମପୁର, ୧୭/୦୨/୨୦୨୨: ବ୍ରହ୍ମପୁର ସନ୍ନିକଟ ପାର୍ଶ୍ଵବର୍ତ୍ତୀ ପଞ୍ଚାୟତ ଅଞ୍ଚଳ ଗୁଡ଼ିକୁ ନେଇ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସହର ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ଦୀର୍ଘ ତେର ବର୍ଷ ହେଲା ଦାବୀ ଓ ଆନ୍ଦୋଳନ ହେଉଥିଲେ ସୁଦ୍ଧା ସରକାର ତାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ରିଟ୍ ଯାଚିକା ଦାୟର କରାଯାଇଥିଲା। ଦାୟର ରୀଟ ପିଟିସନର ଶୁଣାଣୀ କରି ମାନ୍ୟବର ହାଇକୋର୍ଟ ଗତ ଜାନୁଆରୀ ମାସ ୧୧ ତାରିଖ ଦିନ ମିଶ୍ରଣ ନେଇ ଚୁଡ଼ାନ୍ତ ରାୟ ପ୍ରକାଶ କରିଥିଲେ , ଯେଉଁଥିରେ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶକ , ରାଜ୍ୟ ପୌର ପ୍ରଶାସନ , ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ, ମହାନଗର ନିଗମରେ ସାମିଲ ନେଇ ସଂକଳ୍ପ ପାସ୍ କରିଥିବା ଲୋଚାପଡା ଗ୍ରାମ ପଞ୍ଚାୟତ , ବଡ଼ କୁଶସ୍ଥଳି ପଞ୍ଚାୟତର ସାନ କୁସସ୍ଥଳି ଗ୍ରାମ , ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲି ଗ୍ରାମ ଏବଂ ଗୋଳାବନ୍ଧ ଗ୍ରାମ ପଞ୍ଚାୟତର ଆର୍ମି ଟ୍ରେନିଙ୍ଗ ସ୍କୁଲ ଆଦିର ମିଶ୍ରଣ ପକ୍ରିୟାକୁ ତିନି ମାସ ମଧ୍ୟରେ ଶେଷ କରିବାକୁ ।ଏ ନେଇ ଆଜି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସାକ୍ଷାତ କରି ମିଶ୍ରଣ ନେଇ ବିସ୍ତୃତ ଆଲୋଚନା କରିବା ସହ ନିର୍ଦ୍ଦେଶକ ରାଜ୍ୟ ପୌର ପ୍ରଶାସନ, ଗୃହ ଓ ନଗର ଉନ୍ନୟନ ବିଭାଗଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ମହାନଗର ନିଗମ କମିଶନରଙ୍କ ଜରିଆରେ ପ୍ରଦାନ କରିଥିଲେ । କମିଶନରଙ୍କ ସହ ଅନୁଷ୍ଠିତ ଏକ ସକାରାତ୍ମକ ଆଲୋଚନରେ ପ୍ରତିନିଧି ମଣ୍ଡଳୀ ସଭାପତିଙ୍କ ବ୍ୟତୀତ ଉପସଭାପତି ହରିହର ନାୟକ, ଯୁଗ୍ମ ସମ୍ପାଦକ ଟି ସୁଦେସ କୁମାର ପାତ୍ର , ସହ ସମ୍ପାଦକ ବି ଭି ସାଗର , ସହ ସଂଯୋଜକ ଅନୀଲ ଅଧିକାରୀ , ଯୁଗ୍ମ ଉପ ସଂଗଠକ ଶ୍ରୀକାନ୍ତ ପଢ଼ିହାରୀ , ଉପଦେଷ୍ଟା ଲକ୍ଷ୍ମଣ ପାତ୍ର,ପି କେ ଦାସ , ଗଣେଶ ଦାସ , ସିଲ୍ଳା ବଇରୀ , ଅନ୍ତର୍ଯ୍ୟାମୀ ବେହେରା , କାହ୍ନୁ ଚରଣ ପତି , ପ୍ରକାଶ ପାତ୍ର , ବିପ୍ର ଚରଣ ମହାଙ୍କୁଡ , ମନମୋହନ ବିଷୋୟୀ ଓ ଗଣେଶ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here