ବ୍ରହ୍ମପୁର,୧୮/୦୨/୨୦୨୨:ସ୍ଥାନୀୟ ହିଲପାଟଣା ସ୍ଥିତ ମାତୃଶ୍ରୀ ଆଙ୍ଗଲୋ ବେଦିକ ବିଦ୍ୟାଳୟରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଡା. ସିଦ୍ଧେଶ୍ବର ବଳିରାମ ବୋନ୍ଦାର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ୩୮ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଶ୍ରୀ କୁମୁଦ ରଞ୍ଜନ ପାଢ଼ୀ, ଅଧ୍ୟକ୍ଷ ଶ୍ରୀ ଦ୍ବାରିକାନାଥ ପଣ୍ଡା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ପଣ୍ଡା, ଶ୍ରୀ ଲୋକନାଥ ବ୍ରହ୍ମା, ଶ୍ରୀ ମୋହନଲାଲ ପଣ୍ଡିତ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିନୀତା ସେନାପତି ଏବଂ ଶାରିରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ଭାଗିରଥ ସ୍ବାଇଁ ଉକ୍ତ ଶିବିରକୁ ନିରୀକ୍ଷଣ କରି ଭୂୟସୀ ପ୍ରଶଂସା କରିଥିଲେ।ଏହି ଶିବିରରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ, ପୁରାତନ ଛାତ୍ର ମଧ୍ୟ ରକ୍ତ ଦାନ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରଗତି ପଟ୍ଟନାୟକ,ଶିକ୍ଷକ ଶ୍ରୀ ଦିବ୍ୟସିଂହ ପଟ୍ଟନାୟକ,ସ୍କାଉଟ୍ ମାଷ୍ଟର ଶ୍ରୀ ସୁରେଶ ଚନ୍ଦ୍ର ପାଢ଼ୀ,ଗାଇଡ଼ କ୍ୟାପଟେନ ଶ୍ରୀମତୀ ଅରୁନ୍ଧତୀ ପାଢ଼ୀ ଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ସ୍କାଉଟ୍,ଗାଇଡ୍,ଏନ୍ସିସି ଛାତ୍ରଛାତ୍ରୀ ଯୋଗ ଦେଇ ଉକ୍ତ ରକ୍ତଦାନ ଶିବିରର ସଫଳ
ପରିଚାଳନା କରିଥିଲେ।