ବିଭିନ୍ନ ସମସ୍ୟା ନେଇ ଅସ୍ଥାୟୀ ବନ କର୍ମଚାରୀ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

0
661

ବ୍ରହ୍ମପୁର,୧୮/୦୨/୨୦୨୨: ଆଜି ବିଭିନ୍ନ ଦାବି ନେଇ ବ୍ରହ୍ମପୁର ବନଖଣ୍ଡ ଅଧିନ ବନ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବ୍ରହ୍ମପୁର ସ୍ଥିତ ବନଖଣ୍ଡ ଅଧିକାରୀ ଙ୍କ ଜରିଆରେ ପ୍ରଦାନ କରିଛନ୍ତି। ବ୍ରହ୍ମପୁର ବନଖଣ୍ଡ ଅଧିନ ୪ଟି ରେଞ୍ଜ ବ୍ରହ୍ମପୁର, ଖଲ୍ଲିକୋଟ, ଦିଗପହଣ୍ଡି ଏବଂ ସାଆନ୍ତିଆପଲ୍ଲି ରେ କାର୍ଯ୍ୟରତ ପ୍ରାୟ ୧୬୫ ଜଣ ଅସ୍ଥାୟୀ ବନ କର୍ମଚାରୀ ମାନେ ପ୍ରଥମେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଲାଞ୍ଜିପଲ୍ଲି ସ୍ଥିତ କାଞ୍ଜିଆମ୍ମା ମନ୍ଦିର ରେ ବୈଠକ କରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।ସେମାନଙ୍କ ସର୍ବନିମ୍ନ ମଜୁରୀ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ର ସୁବିଧା ରୁ ବଞ୍ଚିତ ହେଉଛନ୍ତି। ସେମାନଙ୍କ ଇପିଏଫ ଠିକ୍ ସମୟରେ ଜମା କରାଯାଉନାହିଁ।ଇଏସଆଇ ବାବଦରେ ଦରମା ରୁ ଅର୍ଥ କଟା ଯାଉଥିବା ସ୍ବତ୍ତେ ,ସେମାନେ ଏହାର ଲାଭ ପାଉନାହାନ୍ତି ।ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀ ମାନଙ୍କୁ କୁଶଳୀ ଦରମାର ମାନ୍ୟତା ଦିଆଯିବା ସହ ପ୍ରତ୍ୟେକ ମାସରେ ଇପିଏଫ ଓ ଇଏସଆଇ ର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବା, ୧୦ ବର୍ଷ ରୁ ଉର୍ଦ୍ଧ୍ବ କାର୍ଯ କରୁଥିବା ସ୍କ୍ବାର୍ଡ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ର ମାନ୍ୟତା ଦିଆଯିବା,ବିଭାଗୀୟ କାର୍ଯ୍ୟରତ ସମୟରେ କୈଣସି କାରଣ ବଶତଃ ମୃତ୍ୟୁବରଣ ଘଟିଲେ, ମୃତ୍ୟୁ ବ୍ୟକ୍ତି ଙ୍କ ପରିବାର କୁ ୩୦ଲକ୍ଷ ଏବଂ ଆହତ ବ୍ୟକ୍ତି ଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ, ଦୈନିକ ୨୪ଘଣ୍ଟା କାର୍ଯ୍ୟ ରେ ଯୋଗଦେଇ ମଧ୍ୟ ଆଠ ଘଣ୍ଟା ର ପାରିଶ୍ରମିକ ମିଳୁଥିବା ପାରିଶ୍ରମିକ ର ସଂଶୋଧନ ଇତ୍ୟାଦି ୧୦ ଦଫା ଦାବି ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି।ଏହି ଦାବିପତ୍ର ପ୍ରଦାନ ବେଳେ ମୁରାରୀ ପ୍ରସାଦ ରଥ,ସନୋଜ କୁମାର ଶଙ୍ଖୁଆ,କୃଷ୍ଣ ଚନ୍ଦ୍ର ପାତ୍ର, ଦେବାଶିଷ ତ୍ରିପାଠୀ, ପଦ୍ମଚରଣ ଦାସ,କୃଷ୍ଣ ଚନ୍ଦ୍ର ଜେନା,ମନୋଜ କୁମାର ରାଉଳ,ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here