ବ୍ରହ୍ମପୁର , ୨୧/୦୨/୨୦୨୨: ସ୍ଥାନୀୟ ଉମା ଚରଣ ପଟ୍ଟନାୟକ ଇଜିନିୟରିଂ ସ୍କୁଲ ଗ୍ରାଉଣ୍ଡ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ମିସ୍ , ମିସେସ ଓ ମିଷ୍ଟର ଗଞ୍ଜାମ ପ୍ରତିଯୋଗୀତା ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଟୁଇଙ୍କଲ୍ ଫେସନ ଏକାଡେମୀ ତରଫରୁ ମୁଖ୍ୟ ପରିଚାଳିକା ଟୁଇଁକଲ ଗମାଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିରୂପେ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା , ବିଜେଡ଼ି ନେତା ସଂଜିତ ପାଣିଗ୍ରାହୀ , ସାମ୍ବାଦିକ ତଥା ଗାୟକ ସୁଦୀପ ସାହୁ , ଅଭିନେତା ତାପସ ବେହେରା , ପ୍ରଦୀପ ଆରା , ରାମେଶ୍ବରୀ ନନ୍ଦ ଓ ବାବୁଲା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । କାହ୍ନୁ ରାଉତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ବିଚାରକ ଭାବେ ଅଭିନେତ୍ରୀ ସୂର୍ଯ୍ୟମୟୀ , ମଡେଲ ମଧୁ ସାଇନ୍ ଓ ଫେସନ ଫଟୋଗ୍ରାଫର ମଟି ପ୍ରମୁଖ ଯୋଗଦେଇଥିଲେ । ଏଠାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମିସ୍ ଗଞ୍ଜାମ ଭାବେ ସୁଶ୍ରୀତା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଫାଷ୍ଟ ରନର ଭାବେ ସ୍ମିତାରାଣୀ ପଣ୍ଡା ଓ ସେକେଣ୍ଡ ରନରଭାବେ ସ୍ମୃତି ପାତ୍ର ଓ ଦେବୀକାଙ୍କୁ ପୁରସ୍କୃତ କରାଯାଇଥିଲା । ମିସେସ ପ୍ରତିଯୋଗୀତାରେ ସାବଣ୍ଡା ଦାସ ପ୍ରଥମ, ଫାଷ୍ପ ରନର ପୁଷ୍ପଲତା ଓ ଦ୍ବିତୀୟ ରନର ଅନୁପମା ଓ ରଶ୍ମିତାଙ୍କୁ ପ୍ରଦାନ କରାଯାଇଥିଲା । ସେହିପରି ମିଷ୍ଟର ଗଞ୍ଜାମ ଭାବେ ବିବେକ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ପ୍ରଥମ ରନର ଭାବେ ଓମ୍ ଓ ଦ୍ବିତୀୟ ରନରଭାବେ ବେଦାନ୍ତ ଓ ସୁଶୀଲଙ୍କୁ ପୁରସ୍କୃତ କରାଯାଇଥିଲା ।