ଅମାନୁଷିକ କାର୍ଯ୍ୟ, ବୃଦ୍ଧଙ୍କୁ ରାସ୍ତା କଡରେ ଛାଡି ଚାଲିଗଲେ

0
391

ପୋଲସରା,୨୧/୦୨/୨୦୨୨ : ସଭ୍ୟ ଜଗତର ମାନବ ସମାଜର ଅମାନୁଷିକ କାର୍ଯ୍ୟ। ପକ୍ଷାଘାତ ରୋଗୀ ଓ ବାର୍ଦ୍ଧକ୍ୟ ବୋଝ ପାଇଁ ବୋଧହୁଏ ନିଜ ସମ୍ପର୍କୀୟ ମାନେ ବୃଦ୍ଧଙ୍କୁ ଗାଡ଼ିରେ ଆଣି ରାସ୍ତା କଡରେ ଛାଡ଼ି ଦେଇ ଚାଲିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି। ମଣିଷ କିପରି ପଶୁ ପ୍ରବୃତ୍ତିରେ ପରିଣତ ହୋଇପାରେ ତାହାର ଏକ ନଗ୍ନ ନମୁନା ପୋଲସରାରେ ଦେଖିବାକୁ ମିଳିଛି। ରାସ୍ତା କଡ଼ରୁ ପୋଲସରା ପୋଲିସ ଓ ପ୍ରଶାସନ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର ଓ ସେବାକରି ମାନବିକତାର ପରିଚୟ ସୃଷ୍ଟି କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ ଶୁକ୍ରବାର ଦିନ ଦୁଇଜଣ ବ୍ୟକ୍ତି ଏକ ଗାଡିରେ ବୃଦ୍ଧ ଜଣଙ୍କୁ ଆଣି ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମ ନିକଟରେ ଛାଡି ଚାଲିଯାଇଥିଲେ। ସୋଡକ ଗ୍ରାମାର ଲୋକମାନେ ଘଟଣା କଣ ଜାଣିବା ପୂର୍ବରୁ ବୃଦ୍ଧ ଙ୍କୁ ଛାଡି ଗାଡି ଚାଲି ଯାଇଥିଲା। ସୋଡକ ଗ୍ରାମର କିଛି ଲୋକ ଘଟଣା କଣ ଜାଣିବା ପାଇଁ ବୃଦ୍ଧଙ୍କ ନିକଟକୁ ଯିବା ପରେ ଜାଣିଲେ ଯେ ବୃଦ୍ଧ ଜଣକ ପକ୍ଷାଘାତ ରୋଗୀ। ତାଙ୍କର ଡାହାଣ ଅଙ୍ଗ କାମ କରୁନାହିଁ ଓ ସେ କଥାବାର୍ତ୍ତା କରି ପାରୁ ନାହାଁନ୍ତି। ସୋଡକ ଗ୍ରାମର ପ୍ରକାଶ ଗୁରୁ ଓ ଅନ୍ୟ ଦୁଇଜଣ ଯୁବକ ୧୦୮ ଆମ୍ବୁଲାନ୍ସ ଦ୍ଵାରା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ତେବେ ବୃଦ୍ଧଙ୍କ ନିଜର ଲୋକ କେହି ନଥିବାରୁ ସେ ଘୋଷାରି ହୋଇ ମେଡିକାଲ ଛକକୁ ଚାଲି ଆସିଥିଲେ। ବୃଦ୍ଧଙ୍କୁ ମେଡ଼ିକାଲ ଛକରେ ମୁର୍ମୁର୍ଷ ଅବସ୍ଥାରେ ଦେଖି ସ୍ଥାନୀୟ କିଛି ଯୁବକ ତାଙ୍କର ଯତ୍ନ ନେବା ସହିତ ଏନଏସି ବସଷ୍ଟାଣ୍ଡ ରେ ଥିବା ଯାତ୍ରୀ ବିଶ୍ରାମାଗାର ରେ ରଖିଥିଲେ। ମାତ୍ର ଆଜି ସକାଳେ ପୁଣି ବୃଦ୍ଧ ଜଣକ କୌଣସି ପ୍ରକାରେ ଆସି ପୁରୁଣା ଫାଣ୍ଡି ନିକଟରେ ଦୟନୀୟ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲସରା ଥାନାର କେତେଜଣ ପୋଲିସ ଆସି ବୃଦ୍ଧଙ୍କୁ ଉଦ୍ଧାର କରି ପୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ବୃଦ୍ଧଙ୍କ ଠିକଣା ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ସମ୍ପର୍କରେ ଅନୁସନ୍ଧାନ ଚଳାଇଛନ୍ତି। ଅନ୍ୟ ପକ୍ଷରେ ସମ୍ପର୍କୀୟ ମାନଙ୍କ ଅମାନୁଷିକ କାର୍ଯ୍ୟ ପାଇଁ ଘୋର ନିନ୍ଦା କରିଛନ୍ତି।

LEAVE A REPLY

Please enter your comment!
Please enter your name here