ଗ୍ରାମ୍ୟ ସ୍ୱାସ୍ଥ୍ୟ ପୋଷଣ ଦିବସରେ କନ୍ୟାରତ୍ନ କାର୍ଯ୍ୟକ୍ରମ

0
233

ବ୍ରହ୍ମପୁର,୧୧/୦୩/୨୦୨୨:
ଗ୍ରାମ୍ୟ ସ୍ୱାସ୍ଥ୍ୟ ପୋଷଣ ଦିବସରେ କନ୍ୟାରତ୍ନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ମାର୍କଣ୍ଡି ସ୍ୱାସ୍ଥ୍ୟ ଉପକେନ୍ଦ୍ର ର ଅଙ୍ଗନବାଡି କେନ୍ଦ୍ର ପରିସରରେ ଗ୍ରାମର ଗର୍ଭବତୀ, ପ୍ରସୂତି, ଶିଶୁ, କିଶୋରୀ, ଅଙ୍ଗନବାଡି, ଆଶା କର୍ମୀ, ସ୍ୱୟଂ ସହାୟକ ଦଳର ସଦସ୍ୟ, ମାନଙ୍କୁ ବାଲ୍ୟ ବିବାହ, ବେଟୀ ବଚାଓ ବେଟୀ ପଢ଼ାଓ, ମୋ ଗେଲ୍ଲା ଝିଅ, ନିର୍ଭୟ କଢ଼ି, ବିଜୁ କନ୍ୟା ରତ୍ନ, କିଶୋରୀ ବାଳିକା ବୈଠକ ଉପରେ ପୁଙ୍ଖାନୁପୁଙ୍ଖା ଭାବେ ସଚେତନ କରାଯାଇଥିଲା. ଏଥି ସହିତ ଆମ ପରିବାର ରେ କନ୍ୟା ସନ୍ତାନ ପ୍ରତି ଉପଯୁକ୍ତ ଶିକ୍ଷା ଦେବା,ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା , ପୋଷଣ ଯୁକ୍ତ ଖାଦ୍ୟ ପ୍ରଦାନ, ନିରାପତ୍ତା,ଶିଶୁ କୁ ନିର୍ଯ୍ୟାତନା ହେଲେ ତୁରନ୍ତ ଜଣାଇବା ଏବଂ ଶିଶୁ ସୁରକ୍ଷା କାର୍ଯ୍ୟଳୟ, ପୋଲିସ, ସିଡିପିଓ,ଚାଇଲଡ ଲାଇନ କୁ ସୂଚନା ଦେବା ଉପରେ ବକ୍ତା ମାନେ ମତ ରଖିଥିଲେ। ଆଜିର କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ ର ସମିତି ର ସଦସ୍ୟ ହରି ହର ପାଢ଼ୀ, ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, ମହିଳା ସୁପରଭାଇଜର ମନୀଷା ରାଣୀ ପଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ରିତା ଦାଶ, ପ୍ରମୁଖ ଯୋଗ ଦେଇଥିଲେ. କିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ, ଶିଶୁ ଅଧିକାର, ପରିବେଶ ଉପରେ ସୁନ୍ଦର ସଚେତନତା ଧର୍ମୀ ନାଟକ ପରିବେଷଣ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ଗୁରୁବାରୀ ବେହେରା, ଶ୍ୟାଳବାଳା ବେହେରା, ଲକ୍ଷ୍ମୀ ବେହେରା, ପୂର୍ଣ୍ଣ ବାସି ବେହେରା, କମଳା ବେହେରା, ଆଶା କର୍ମୀ ତୁଳସୀ ଆମ୍ମା, ପୁର୍ଣବତୀ ବେହେରା ଓ ବି. ସାବିତ୍ରୀ ପ୍ରମୁଖ ସହଯୋଗ କରିଥଲେ।

LEAVE A REPLY

Please enter your comment!
Please enter your name here