ବ୍ରହ୍ମପୁର,୧୨/୦୩/୨୦୨୨:
ଆଜି ଜିଲ୍ଲା କୋର୍ଟ ପରିସରରେ ୨୦୨୨ ମସିହାର ପ୍ରଥମ ଜାତୀୟ ଲୋକ ଅଦାଲତ ଆୟୋଜିତ ହୋଇ ୭୯୦ ଟି ମାମଲାର ଆସୁ ସମାଧାନ ହୋଇଛି ।ଜାତୀୟ ଆଇନ ସେବା ପ୍ରାଧୂକରଣର ନିର୍ଦ୍ଦେଶାନୁସାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧ୍ୟାକରଣ କଟକ ଙ୍କ ସହ ଯୋଗାରେ ଗଞ୍ଜାମ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ୨୦୨୨ ର ପ୍ରଥମ ଲୋକ ଅଦାଲତ ପକ୍ଷଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଲୋକ ଅଦାଲତରେ ୫ ଟି ବେଞ୍ଚର ଆୟୋଜନ କରାଯାଇଥିଲା। ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିରଣର ଅଧ୍ୟକ୍ଷ ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ଙ୍କ ପ୍ରତିକ୍ଷ ତତ୍ବାବଧାନରେ ଆୟୋଜିତ ଲୋକ ଅଦାଲତରେ ୧୩୧ ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ କରି କ୍ଷତି ପୂରଣ ବାବଦକୁ ବୀମା କମ୍ପାନୀ ଗୁଡିକୁ ମୋଟ ୬,୫୯,୫୫,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ଆଦେଶ କରିଥିବା ବେଳେ ୫୦ଟି ଚେକ ବାଉନ୍ସ ୧,୦୭,୪୪,୩୭୭ ଟଙ୍କା ପୁନରୁଦ୍ଧାର, ୬୨ ଟି ବିବାହ ସମ୍ପର୍କିତ , ୨୮୪ ଟି ଅନ୍ୟାନ୍ୟ ଫଉଜଦାର ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ହୋଇଯାଇଛି । ପରିବାର ଅଦାଲତରେ ଆପୋସ ମିଳାମିଶା ମାଧ୍ୟମରେ ସମାଧାନ ହୋଇ ବୈବାହିକ ଜୀବନ ସୁଚାରୁରୂପେ ନିର୍ବାହ କରିବା ପାଇଁ ରାଜି ହୋଇଛନ୍ତି। ଏଥ୍ରେ ୨ୟ ଏମ.ଏ.ସି.ଟି ଶ୍ରୀ ବିକ୍ରମ ପଟ୍ଟନାୟକ, ୧ମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ସଙ୍ଘମିତ୍ରା ଶର୍ମା, ୨ୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ୩ୟ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀମତୀ ଅଳ୍ପନା ସ୍ୱାଇଁ ମୋଟର ଦୁର୍ଘଟଣା ସମ୍ବନ୍ଧୀୟ ମକଦ୍ଦମାର ସମାଧାନ ରେ ଅଂଶ ଗ୍ରହଣ କରିଥିଲେ। ରେଜିଷ୍ଟ୍ରାର ଶ୍ରୀ ଅମରେଶ ନାୟକଙ୍କ ଉପସ୍ଥିତି ରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା କୋର୍ଟ ସମେତ ଗଞ୍ଜାମର ଅନ୍ୟାନ୍ୟ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ କୈଳାଶ ସାହୁ ଲୋକ ଅଦାଲତର ପରିଚାଳନା କରିଥିଲେ। ସରକାରଙ୍କ କୋରୋନା କଟକଣା ନିୟମ ଅନୁଯାୟୀ ମାସ୍କ ପରିଧାନ, ସାନିଟାଇଜର ଓ ସାମାଜିକ ଦୂରତାକୁ ଏଠାରେ ଗୁରୁତ୍ଵ ଦିଆଯାଇଛି।