ରଙ୍ଗେଇଲୁଣ୍ଡା: ବିନା ପ୍ରତିଦ୍ବନ୍ଦ୍ବିତା ରେ ଅଧ୍ୟକ୍ଷା ହେଲେ ସି.ଏଚ.ଉଷାରାଣୀ

0
522

ରଙ୍ଗେଇଲୁଣ୍ଡା,୧୨/୦୩/୨୦୨୨:
ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ପରିଶେଷରେ ବ୍ଲକ ଅଧ୍ୟକ୍ଷା ପଦ ହାତେଇଛି ବିଜେଡ଼ି। ରଙ୍ଗେଇଲୁଣ୍ଡା ବ୍ଲକ୍ ବିଜେଡ଼ି ପକ୍ଷରୁ ପୁଣି ଥରେ ବିନା ପ୍ରତିଦ୍ବନ୍ଦ୍ବିତା ରେ ଅଧ୍ୟକ୍ଷା ପଦ ଦଖଲ କଲେ ସି.ଏଚ୍. ଉଷାରାଣୀ। ଏହି ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଙ୍କୁ ବିପୁଳ ଜନସମର୍ଥନ ମିଳିଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଭାବେ ସିଏଚ୍.ଭରତ ହେବା ପରେ ବିଜେଡ଼ି ଜିଲ୍ଲାପରିଷଦ ୪ଟି , ପ୍ରାୟ ସମସ୍ତ ପଞ୍ଚାୟତ ରେ ସରପଞ୍ଚ ସମିତି ସଭ୍ୟ ନିର୍ବାଚିତ ହୋଇଛନ୍ତି। ଏହି ବିଜୟ ନିର୍ବାଚନ ମଣ୍ଡଳୀରେ ଇତିହାସ। ବିଜୟ ମୁକୁଟ ପାଇଁ ଶ୍ରେୟ ଯାଉଛି ପର୍ଯ୍ୟବେକ୍ଷକ ଏବଂ ଓଏସଡି ଗୋପବନ୍ଧୁ ଦାସଙ୍କ ଆଡ଼କୁ। ପଞ୍ଚାୟତ ନିର୍ବାଚନ ପରେ ୨୬ଜଣ ସମିତି ସଭ୍ୟ ଭୁବନେଶ୍ୱର ଯାଇ ମୂଖ୍ୟମନ୍ତ୍ରୀ ଯାହାକୁ ଅଧ୍ୟକ୍ଷା ପଦରେ ବସାଇବେ ତାଙ୍କୁ ସମର୍ଥନ କରିବୁ ବୋଲି ସମିତି ସଭ୍ୟ ମାନେ ପ୍ରତିଶ୍ରୁତି ଦେଇଥିଲେ ବୋଲି ଚର୍ଚ୍ଚା ହେଉଥିଲା। ଶନିବାର ଦିନ ତାହା ଅନ୍ତ ଘଟିଛି। ୩୦ଜଣ ଙ୍କୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଫେରାଦ ହୋଇ ବ୍ଲକ ଅଧ୍ୟକ୍ଷା ଭାବେ ପୁନଃ ଅପ୍ରତୀ ଦ୍ୱନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି ସି. ଏଚ୍. ଉଷାରାଣୀ। ଏହି ନିର୍ବାଚନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ଉଷାରାଣୀ ନିଜ ପଞ୍ଚାୟତ ଛାଡ଼ି ମନ୍ତ୍ରିଡି ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀ ଭାବେ ବିପୁଳ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଥିଲେ। ନୂତନ ଭାବେ ଅପ୍ରତୀଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ଉଷାରାଣୀ ନିଜ ବକ୍ତବ୍ୟରେ କହିଥିଲେ ଆସନ୍ତା ପାଞ୍ଚ ବର୍ଷ ପାଇଁ ବ୍ଲକ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସାମିଲ ହେବା ସହ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେବା ଲାଗି ପ୍ରତିଶୃତି ଦେଇଥିଲେ। ମୂଖ୍ୟମନ୍ତ୍ରୀ ଙ୍କ ସ୍ୱଛଶାସନ ର ଏହି ବିଜୟ। ଏହି ବିଜୟ ଶୋଭାଯାତ୍ରା ରେ ଶତାଧିକ ସମର୍ଥକ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସିଏଚ. ଭରତ, ସିଏଚ୍. ଦିଲେଶ୍ୱର ରେଡ୍ଡୀ, ବ୍ଲକ ବିଜେଡ଼ି ସଭାପତି ଅଜିତ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ମହିଳା ବିଜେଡ଼ି ସଭାନେତ୍ରୀ ପି. କମଳା ରେଡ୍ଡୀ, ନବ ନିର୍ବାଚିତ ୫୪ନଂ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର କୋଠିଆ,ଦଣ୍ଡ ସାହୁ, ବ୍ଲକ କୋଷାଧ୍ୟକ୍ଷ ନୀଳମାଧବ ପାତ୍ର,ନବ ନିର୍ବାଚିତ ସମିତି ସଭ୍ୟ ମାନେ, ଓ ସମର୍ଥନ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here