ନନ୍ଦିଘୋର ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ମନ୍ତ୍ରୀଡି ସାହୁ ବ୍ରାହ୍ମଣ ସେବାସଙ୍ଘ

0
124

ବ୍ରହ୍ମପୁର , ୦୪/୦୪/୨୦୨୨:
ଧରାକୋଟ ବ୍ଲକ ଜଗମୋହନ ପଞ୍ଚାୟତର ନନ୍ଦିଘୋର ଗ୍ରାମରେ ଏପ୍ରିଲ ୧ ତାରିଖରେ ଅକସ୍ମାତ ଭାବରେ ରାଧାମୋହନ କରଙ୍କ ଘର ଭସ୍ମୀଭୂତ ହୋଇଯାଇଥିଲା । ଏ ସମ୍ପର୍କୀୟ ଖବର ଗଣମାଧ୍ୟମରେ ପ୍ରସାର ପରେ ମନ୍ତ୍ରୀଡି ସାହୁ ବ୍ରାହ୍ମଣ ସେବା ସଂଘ ସୌଜନ୍ୟରୁ ଜୋନ ସଭାପତି ରମେଶ ଚନ୍ଦ୍ର କର , ଉପସଭାପତି ବିଶ୍ୱନାଥ ମହାପାତ୍ର , ସମ୍ପାଦକ କୃଷ୍ଣଚନ୍ଦ୍ର ପତି, ଗ୍ରାମ୍ୟ ସଭାପତି କେଦାରନାଥ ମହାନ୍ତି , ଗ୍ରାମ୍ୟ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ପ୍ରମୁଖ ନନ୍ଦିଘୋର ଗ୍ରାମକୁ ଯାଇ ଗ୍ରାମ୍ୟ ସଭାପତି ରବି ନାରାୟଣ ପତିଙ୍କ ଉପସ୍ଥିତିରେ ନନ୍ଦିଘୋର ଅଗ୍ନି ବିପନ୍ନ ରାଧାମୋହନ କରଙ୍କୁ ଏକ ପକେଟ ଚାଉଳ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଓ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହା ସହିତ ସରକାରୀ ସ୍ତରରେ ଉପଲବ୍ଧ ଆନୁଷଙ୍ଗିକ ସହାୟତା ପାଇଁ ଯଥାସାଧ୍ୟ ଉଦ୍ୟମ କରିବାକୁ ଆଶ୍ୱାସନା ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here