ବ୍ରହ୍ମପୁର , ୧୧/୦୪/୨୦୨୨: ସାନଖେମୁଣ୍ଡି ବ୍ଲକ ପୋଡ଼ାମାରୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟରେ ଦୀର୍ଘ ଆଠଦିନ ବ୍ୟାପୀ ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । କଲେଜ ପକ୍ଷରୁ ଆୟୋଜିତ ଉଦଯାପନୀ ଉତ୍ସବ ସମାରୋହକୁ ଅଧକ୍ଷ ଇ ,ପ୍ରଦୀପ କୁମାର ପାତ୍ର ପୌରହିତ୍ୟ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଅଧ୍ୟାପକ ଡ଼ କୈଳାସ ଚନ୍ଦ୍ର ସ୍ବାଇଁ ଏବଂ ସମ୍ମାନୀୟ ଅତିଥି ଭାବେ ପୋଡ଼ାମାରୀ ଫାଣ୍ଡି ଅଧିକାରୀ ମଞ୍ଚାସିନ ରହି ଉପସ୍ଥିତ ଶିକ୍ଷାର୍ଥୀ ଏବଂ ଅଂଶଗ୍ରହଣକାରୀଙ୍କୁ ଅନୁପ୍ରାଣିତ କରିଥିଲେ । ମହିଳା ଏବଂ ଛାତ୍ରୀଙ୍କ ପ୍ରତି ବଢୁଥିବା ସାମାଜିକ ନିର୍ଯ୍ୟାତନା ଏବଂ ଅସାମାଜିକ ତତ୍ଵଙ୍କ ବିରୁଦ୍ଧରେ ଲଢ଼ିବାର ପ୍ରଥମ ସୋପାନ ଆତ୍ମ ସୁରକ୍ଷାର ଉପାୟକୁ ଆପଣାଇ ଆଜିର ଛାତ୍ରୀ ଆସନ୍ତା ଦିନର ମହିଳା ଯୋଦ୍ଧା ଭାବରେ ନିଜ ପରିବାର ସହ ସମାଜକୁ ନୂତନ ଦିଗଦର୍ଶନ ପ୍ରତିପାଦିତ କରାଇବାକୁ ମଞ୍ଚାସିନ ଅଟିଥିଗଣ ଉତ୍ସାହିତ କରିଥିଲେ । ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା , ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ଦମୟନ୍ତୀ ପାଣିଗ୍ରାହୀଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ଶିବିରକୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଏବଂ ଶିକ୍ଷାର୍ଥୀ ମଣ୍ଡଳୀ ପରିଚାଳନାରେ ସହଯୋଗ କରିଥିଲେ।