ବ୍ରହ୍ମପୁର , ୧୨/୦୪/୨୦୨୨ : ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ୧୬୭ବର୍ଷର ପୁରାତନ କେ.ସି. ହାଇସ୍କୁଲ ସମେତ ସହରର କେ.ସି. ଗାର୍ଲସ୍ ହାଇସ୍କୁଲ ଓ କେ.ସି. ଟାଉନ ହାଇସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ଏହି ତିନୋଟି ହାଇସ୍କୁଲକୁ ସରକାରୀ ଘୋଷଣା ଦାବୀ ନେଇ ୧୯୯୫ ମସିହାରୁ ଶିକ୍ଷକ କଲ୍ୟାଣ ପରିଷଦ , ପୁରାତନ ଛାତ୍ର ସଂଘ ଓ ୨୦୦୬ମସିହା ଠାରୁ ସଂସ୍କାରବାଦୀ ସଂଗଠନ ଅନବରତ ଧାରଣା ସହ ବିଭାଗୀୟ ଦାବି ପୂରଣ ପାଇଁ ସଂଗଠନ ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ବରେ ଉଦ୍ୟମ ଜାରି ରହିଅଛି । ପରନ୍ତୁ ଶିକ୍ଷା ବିଭାଗକୁ ବିଭାନ୍ତିକର ତଥ୍ୟ ପ୍ରଦାନ କରି ସ୍ଥାନୀୟ କିଛି ଶିକ୍ଷା ବେପାରୀ ବ୍ୟବସ୍ଥାକୁ ଭଣ୍ଡୁର କରି ଆସୁଛନ୍ତି ବୋଲି ସମ୍ପାଦକ ଲଳିତ ମୋହନ ସାହୁ ମତବ୍ୟକ କରିଛନ୍ତି । ୨୦୧୭ ମସିହାରୁ ଅନୁଷ୍ଠାନରେ ଜବରଦଖଲ କରି ବେଆଇନ ଭାବେ ବ୍ୟବସାୟ ଭିତ୍ତିକ ଇଂରାଜୀ କେ.ସି. ପବ୍ଲିକ୍ ସ୍କୁଲ କେ.ସି. ହାଇସ୍କୁଲ ପରିସରରେ ଚାଲୁଅଛି । ଶିକ୍ଷାବିଭାଗ ଏକାଧିକ ଉଚ୍ଚ ଇଂରାଜୀ ସ୍କୁଲକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାପି ସ୍ଥାନାନ୍ତରିତ ହୋଇ ପାରିନାହିଁ । କିଛି କୁଚକ୍ରୀ ବେପାରୀ ଗୋଷ୍ଠୀ ବିଦ୍ୟାଳୟ କୋଠାକୁ ହାତେଇ ନେବା ମସୁଧାରେ ଥିବା ଶ୍ରୀ ମହାରଣା ସୂଚନା ଦେଇଛନ୍ତି । ଏହି ସ୍ଥିତିକୁ ବଳବତ୍ତର ରଖିବାକୁ ଶିକ୍ଷା ବିଭାଗ ମଧ୍ୟ ଗୋଟି ଚାଳନା କରୁଥିବା ସହ ଉପରୋକ୍ତ ତିନୋଟି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦାବୀକୁ ଅଣଦେଖା କରୁଥିବା ଶ୍ରୀ ମହାରଣା ଅଭିଯୋଗ କରିଛନ୍ତି । ଏହା ସହିତ ସଂଗଠନ କର୍ମକର୍ତ୍ତାଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ ପ୍ରଧାନଙ୍କୁ ସ୍କୁଲ ସଂପର୍କରେ ଅବଗତ କରାଇ ଶିକ୍ଷକ ନିଯୁକ୍ତି ତୁରନ୍ତ ଦେବା ପାଇଁ ଦାବୀପତ୍ର ଦେଇଛନ୍ତି । ସମ୍ପାଦକ ଲଳିତ ମୋହନ ସାହୁ , ସମାଜସେବୀ ଅବନୀ ଗୟା , ଓଷ୍ଣା ଜିଲ୍ଲା ସଭାପତି ହିମାଂଶୁ କୁମାର ପଟ୍ଟନାୟକ , ସୀମାଂଚଳ ପତି , ବଂଶୀଧର ଭୂୟାଁ , ଶିକ୍ଷକ ନେତା ଶ୍ୟାମସୁନ୍ଦର ଖାଡଙ୍ଗା , ସଂଜୟ କୁମାର ମାଝି ପ୍ରମୁଖ ସଂଗଠନ କାର୍ଯ୍ୟକର୍ତ୍ତା ଦାବିପତ୍ର ପ୍ରଦାନ କରିବା ସହିତ ଶିକ୍ଷାବିତ ତଥା ସଂଗଠନର ସଭାପତି ତ୍ରିନାଥ ମହାରଣା ଚେତାବନୀ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଯେଉଁମାନେ ଖେଳ ଖେଳୁଛନ୍ତି ଆଗାମୀ ଦିନରେ ସେମାନଙ୍କ ମୁଖା ଖୋଲାଯିବ ଏବଂ ଗୋସାଇଁନୂଆଗାଁ, ବିଜିପୁର ସମେତ ଅନ୍ୟାନ୍ୟ ଅଚଂଳବାସୀଙ୍କୁ ଏକତ୍ରୀତ କରି ଶିକ୍ଷାବିଭାଗର ଅବହେଳା ଓ କୁଚକ୍ରୀଙ୍କ ସଂପର୍କରେ ଜନସଚେତନତା ସୃଷ୍ଟି କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ବିଭାଗୀୟ ଉଦାସୀନତା ଏବଂ ଅବ୍ୟବସ୍ଥାରେ ଥିବା କେ.ସି. ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବି କଲା ସଂସ୍କାରବାଦୀ...