୩୦୦ ସମର୍ଥକଙ୍କ ସହ ଆନ୍ଧ୍ରର ସିମାଞ୍ଚଳମରେ ଲଣ୍ଡାହୋଇ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିଲେ ସାନଖେମୁଣ୍ଡି ବ୍ଳକ୍ ଅଧ୍ୟକ୍ଷ

0
1252

ବ୍ରହ୍ମପୁର , ୧୭/୦୪/୨୦୨୨: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାଷିକୀ ପାଳନକୁ ନେଇ ବିଜେଡି ସ୍ବତନ୍ତ୍ର ରୂପରେଖ ଦେଇଥିଲା ବେଳେ ସ୍ଥାନୀୟ ଭିତ୍ତିରେ ଏହି ଉତ୍ସବ ପାଳନ ନେଇ ଭିନ୍ନ ଭିନ୍ନ ଘଟଣା ଦେଖିବାକୁ ମିଳିଛି । ପଂଚାୟତ ନିର୍ବାଚନ ପ୍ରକ୍ରିୟାରେ ଶାସକ ଦଳର ଗୋଟି ଚାଳନାରେ ବହୁ ସମିତିରେ ଅପ୍ରତ୍ୟାଶିତ ଭାବେ ଅଧକ୍ଷ ମନୋନିତ ହୋଇଥିବାରୁ ଏହାକୁ ଭଗବାନଙ୍କ ଆଶିର୍ବାଦ ମନେ କରାଯାଇଛି ଏବଂ ମାନସିକ ପୂରଣ ହୋଇଥିବାରୁ ପଦବୀ ହାସଲ ପରେ ଦେବତାଙ୍କୁ ସନ୍ତୁଷ୍ଟ କରିବା ପ୍ରକ୍ରିୟା ମଧ୍ୟ ଚାଲୁ ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଚର୍ଚ୍ଚିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସାନଖେମୁଣ୍ଡି ପଂଚାୟତ ନିର୍ବାଚନରେ ନିର୍ବାଚନ ଅଧିକାରୀଙ୍କ ପରିଚାଳନା ଗତ ଗୋଟି ଚାଳନାରେ ବିଜେଡିକୁ ପୂର୍ଣ୍ଣ ବହୁମତ ମିଳିବା ଏବଂ ସମିତି ଅଧକ୍ଷ ଭାବେ ଅକସ୍ମାତ ସିମାଞ୍ଚଳ ପାତ୍ରଙ୍କ ଦଳୀୟ ମନୋନୟନ ସହ ବିଜୟୀ ହେବା ସିମାଞ୍ଚଳ ମହାପ୍ରଭୁଙ୍କ ଆଶିର୍ବାଦ ଭାବେ ଗ୍ରହଣ କରାଯାଇଥିବା ଲକ୍ଷ କରାଯାଇଛି । ପଟିଗୁଡ଼ା ପଞ୍ଚାୟତରୁ ପ୍ରତିନିଧିତ୍ଵ କରୁଥିବା ବ୍ଲକ ଅଧକ୍ଷ ନିଜର ପ୍ରାୟ ୩୦୦ ସମର୍ଥକଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଲମ ନେଇ ସାମୁହିକ ମୁଣ୍ଡନ କରାଇ ମାନସିକ ପୂରଣ କରିଛନ୍ତି । ଏହା ସହିତ ସିମାଞ୍ଚଲମ ନରସିଂହ ଠାକୁରଙ୍କ ମନ୍ଦିର ପରିସରରେ ବିଜୁ ବାବୁଙ୍କ ଫଟୋଚିତ୍ର ସ୍ଥାପନା କରି ପୁଷ୍ପମାଲ୍ୟ ପିନ୍ଧାଇ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ମଧ୍ୟ ପାଳନ କରିଛନ୍ତି । ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କ ସହ ସରପଞ୍ଚ ସିମାଞ୍ଚଳ ଗୌଡ଼ ଏବଂ ଆଇନଜୀବି କିଶୋର ଚନ୍ଦ୍ର ଗୌଡ଼, ସାମ୍ବାଦିକ ରଘୁନାଥ ନାୟକ , ସମାଜ ସେବୀ ନିରଞ୍ଜନ ନାୟକ , ମୁଚିୟା ଗୌଡ଼ ଅରକ୍ଷିତ ଗୌଡ଼ , ଜୟ ଗୌଡ଼ ସନ୍ତୋଷ ଗୌଡ଼ ପ୍ରମୁଖ ୩୦୦ରୁ ଅଧିକ ବିଜେଡି କର୍ମୀ ମାନସିକ ସହ ଲଣ୍ଡା ହୋଇଛନ୍ତି । ଏଭଳି ଘଟଣା ବିରଳ ହୋଇଥିଲେ ମଧ୍ୟ ନିର୍ବାଚନୀ ରୋଚକ ହୋଇଅଛି । ସମସ୍ତ କର୍ମୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ଭିନ୍ନ ଢ଼ଙ୍ଗରେ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here