ରାଜ୍ୟରେ କୋଭିଡ଼୍ -୧୯ ସଂକ୍ରମଣ ରୋକିବା ଦିଗରେ ତ୍ବରିତ ପଦକ୍ଷେପ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0
507

ଭୂବନେଶ୍ୱର,୦୪/୦୫/୨୦୨୨:
ଦିଲ୍ଲୀ ଓ ଏହାର ପାର୍ଶ୍ଵବର୍ତୀ ଅଂଚଳରେ ଦିନକୁ ଦିନ କୋଭିଡ-୧୯ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ କିଛି ଯାତ୍ରୀ ଦିଲ୍ଲୀରୁ ଓଡ଼ିଶାକୁ ଆକାଶମାର୍ଗ ଓ ରେଳପଥରେ ଫେରୁଛନ୍ତି ।ଏହାକୁ ଆଖି ଆଗରେ ରଖି ବିଭିନ୍ନ ବିମାନବନ୍ଦର ଓ ରେଳ ଷ୍ଟେସନରେ ସ୍ଵାସ୍ଥ୍ୟ ବିଭାଗ ତରଫରୁ ସଠିକ୍ ଭାବେ ସତର୍କତା ମୂଳକ ପଦକ୍ଷେପ ସ୍ଵରୂପ ତଦାରଖ, ଯୋଜନା, ସମନ୍ଵୟ ଓ ଏହାକୁ କିପରି ଠିକ୍ ଭାବେ ଲାଗୁ କରାଯାଇ ପାରିବ ସେ ସଂପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଆଜି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫଳରେ ରାଜ୍ୟରେ କୋଭିଡ୍ -୧୯ ସଂକ୍ରମଣ ବ୍ୟାପିବାକୁ ରୋକାଯାଇ ପାରିବ ।

LEAVE A REPLY

Please enter your comment!
Please enter your name here