ଜୁନ ୩ ରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଜାତୀୟ ସଂହତି ଶିବିର

0
258

ବ୍ରହ୍ମପୁର,୨୦/୦୫/୨୦୨୨:
ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭାରତ ସରକାରଙ୍କ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆସନ୍ତା ଜୁନ ୩ରୁ ୯ ସାତ ଦିନ ଧରି ଏକ ଜାତୀୟ ସଂହତି ଶିବିର ଅନୁଷ୍ଠିତ ହେବାକୁ ଯାଉଛି ।ଏଥିରେ ଓଡ଼ିଶା ସମେତ ୧୦ଟି ରାଜ୍ୟ ର ୨୦୦ ସ୍ୱେଚ୍ଛ।ସେବୀ ଯୋଗଦେବେ ।ଏଥିପାଇଁ ଏକ ପ୍ରାକ୍ ଆଲୋଚନା ଆଜି କୁଳପତିଙ୍କ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥି ରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଙ୍କ,ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରୋଗ୍ରାମ କୋଡିନେଟର ଡାଃ. ଧ୍ରୁବ ଚରଣ ପଣ୍ଡା ସମେତ ଏନ ଏସ ଏସ ଆଞ୍ଚଳିକ ନିର୍ଦେଶିକା ସରିତା ପଟେଲ, ଯୁବା ଅଧିକାରୀ ନକୁଳ ଚନ୍ଦ୍ର ଦେହୁରୀ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଞ୍ଜାମ, ସ୍ଵର୍ଣ୍ଣଲତା ପଟ୍ଟନାୟକ, ରାୟଗଡ଼ା ଅର୍ଚ୍ଚନା ପଟ୍ଟନାୟକ, କନ୍ଧମାଳ ଦିନବନ୍ଧୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଚୂଡାନ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here