କ୍ଲିନିକରେ ରହୁଥିବା ରୋଗୀଙ୍କ ସମ୍ପର୍କୀୟ ଙ୍କ ଗାଧେଇବା ସମୟରେ ମୋବାଇଲରେ ଫୋଟ ଉଠାଇବା ମାମଲାରେ କ୍ଲିନିକ କର୍ମଚାରୀ କୋର୍ଟ ଚାଲାଣ।

0
1209

ବ୍ରହ୍ମପୁର,୩୦/୦୬/୨୦୨୨:
ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଘରୋଇ କ୍ଲିନିକ କୁ ଚିକିତ୍ସା ନିମନ୍ତେ ଆସିଥିବା ଜଣେ ମହିଳା ଶୈଚାଳୟରେ ସ୍ନାନ କରୁଥିବା ସମୟରେ କ୍ଲିନିକ ର ଜଣେ କର୍ମଚାରୀ ମୋବାଇଲ ରେ ଭିଡିଓ କରୁଥିବା ଅଭିଯୋଗ ରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି।ଗିରଫ ଅଭିଯୁକ୍ତ ଜଣଙ୍କ ଇଚ୍ଛାପୁର ର ଆର. ନବୀନ ବୋଲି ପୁଲିସ ସୂଚନା ଦେଇଛି।
ଅଭିଯୋଗ ଅନୁଯାୟୀ, ପାରାଳାଖେମୁଣ୍ଡି ର ସୁନିତା ଶବର ତାଙ୍କ ପାରାଲିସିସ ସ୍ବାମୀ ଙ୍କ ଚିକିତ୍ସା ନିମନ୍ତେ ଗତ ୨୮ ତାରିଖରେ ସୋରଳ ଛକ ଠାରେ ଡାକ୍ତର ସୁରେଶଙ୍କ ସୁରେଶ କ୍ଲିନିକ ରେ ଭର୍ତ୍ତି ହୋଇଥିଲେ।ଆଜି ସୁନିତା ସକାଳ ୫ ଟା ବେଳେ କ୍ଲିନିକ ପରିସରରେ ଥିବା ଶୈଚାଳୟରେ ସ୍ନାନ କରୁଥିବା ସମୟରେ ନବୀନ ନିଜ ମୋବାଇଲ ରେ ସୁନିତାଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ।ଏହା ଜାଣିପାରି ସୁନିତା ପାଟି କରିବାରୁ ସେଠାରେ ଥିବା ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ମାନେ ନବୀନ କୁ କାବୁ କରିଥିଲେ।ଘଟଣା ନେଇ ସୁନିତାଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୨୪/୨୨ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତ ନବୀନ କୁ ଗିରଫ କରିବା ସହ ମୋବାଇଲ କୁ ଜବତ କରିଥିଲା।ଜବତ ମୋବାଇଲ ରେ ଉଠାଯାଇଥିବା ଭିଡିଓ ଗୁଡିକୁ ନବୀନ ନଷ୍ଟ କରି ଦେଇଥିବାରୁ ପୁଲିସ ପକ୍ଷରୁ ମୋବାଇଲକୁ ଫୋରନସିକ ଲ୍ୟାବ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି ‌‌। ଏହି ପରି ଅନେକ ଥର ଅଶ୍ଳୀଳ ଭିଡ଼ିଓ କରି ସେକ୍ସ ଧନ୍ଦା କରୁଥିବା ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ଅନ୍ୟ ପଟେ ସୋରଳ ଛକ ଠାରେ ଗତ କିଛି ବର୍ଷ ଧରି ସୁରେଶ କ୍ଲିନିକ ଚାଲୁ ରହିଥିବା ବେଳେ ବେଆଇନ ଭାବେ ରୋଗୀ ପରୀକ୍ଷା ସହ ରୋଗୀ ଙ୍କୁ କ୍ଲିନିକ ରେ ରଖି ଚିକିତ୍ସା କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଥିପ୍ରତି ଧ୍ୟାନ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏହି କ୍ଲିନିକ ଦୀର୍ଘବର୍ଷ ଧରି ସୁରେଶ ଙ୍କ ପିତା ନିଜକୁ ଡାକ୍ତର ବୋଲାଇ ବେଆଇନ ଭାବେ ଚଳାଉ ଥିବା ବେଳେ ବହୁ ରୋଗୀ ମାନଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ନେଉ ନାହାନ୍ତି ଏଣୁ ଏହି ବେ ଆଇନ କ୍ଲିନିକ କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ସାଧାରଣ ଲୋକଙ୍କ ଅଭିଯୋଗ ହୋଇଛି।

LEAVE A REPLY

Please enter your comment!
Please enter your name here