ବୁଗୁଡା, ୧୪/୦୭/୨୦୨୨: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ଅନ୍ତରପଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁଲାଇ ୧୪ ତାରିଖ ଦିନ ୭୩ ତମ ବନମହୋତ୍ସବ ଉପଲକ୍ଷେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ପ୍ରଥମେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ବନମହୋତ୍ସବର ଉପକାରୀତା କାର୍ଯ୍ୟକ୍ରମରେ ବିଦ୍ୟାଳୟ ଏସଏମସି ସଭାପତି ନିରଞ୍ଜନ ଗୌଡ଼ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରକୃତି ବନ୍ଧୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଯୋଗ ଦେଇଥିବା ବେଳେ ସାମ୍ବାଦିକ ଅନିଲ କୁମାର ମହାରଣା ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଅନ୍ତରପଡା ସରପଞ୍ଚ ବସନ୍ତ କୁମାର ଶତପଥୀ, ସମିତି ସଭ୍ୟା ଅର୍ଚନା ନାୟକ, ପ୍ରକୃତି ବନ୍ଧୁ ନିରଞ୍ଜନ ଖାଡଙ୍ଗା, ଅବସର ପ୍ରାପ୍ତ ଶିକ୍ଷକ ମଧୁସୂଦନ ପ୍ରଧାନ, ତାଳସାକାର ୟୁ ପି ସ୍କୁଲ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ, ଭୋଗଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଦର୍ଶନ ପ୍ରଧାନ, ମାଣିକ୍ୟପୁର ସ୍କୁଲ ପ୍ରଧାନ ଶିକ୍ଷକ ନଗେନ୍ଦ୍ର ଷଡଙ୍ଗୀ, କଞ୍ଚୁରୁ ପାଟଣା ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବସନ୍ତ ମଞ୍ଜରୀ ହୋତ, ଅନ୍ତରପଡା ହାଇ ସ୍କୁଲ ପ୍ରଧାନ ଶିକ୍ଷକ କୃତ୍ତିବାସ ପଟ୍ଟନାୟକ, ସିଆରସିସି ରାଜେଶ କୁମାର ସାହୁ, ଶିକ୍ଷକ ପ୍ରତାପ ଚନ୍ଦ୍ର ଆରୁଖ, ଶିକ୍ଷକ କାମରାଜୁ ପ୍ରଧାନ, ସମାଜସେବୀ ରାଜେନ୍ଦ୍ର ଜେନା, ବାଲିପଦର ବନପାଳ ସୁନିତା ପାତ୍ର, ଆଶାକର୍ମୀ ବବିତା ସୁବୁଦ୍ଧି, ମହିଳା ସ୍ୱାସ୍ଥ୍ୟ କର୍ମୀ ଦୀପ୍ତି ରଞ୍ଜନୀ ପାଣି ପ୍ରମୁଖ ଯୋଗଦେଇ ଥିଲେ। ବିଶ୍ୱକୁ ରକ୍ଷା କରିବାକୁ ହେଲେ ବୃକ୍ଷ ରୋପଣ କରି ସବୁଜିମା ସୃଷ୍ଟି କରିବା ପାଇଁ ଅତିଥି ବୃନ୍ଦ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ସନ୍ତୋଷ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ କମଳ ଲୋଚନ ପ୍ରଧାନ, କାହ୍ନୁ ଚରଣ ସ୍ବାଇଁ, ସ୍ୱାଗତିକା ଦାଶ, କଲ୍ୟାଣି ସେଠୀ, ଲୋପାମୁଦ୍ରା ଲେଙ୍କା ଙ୍କ ସମେତ ଛାତ୍ରଛାତ୍ରୀ ବୃନ୍ଦ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହ ସହଯୋଗ କରିଥିଲେ।
ରିପୋର୍ଟ:ଅନିଲ କୁମାର ମହାରଣା