ଡିପଲ୍ ସ୍କୁଲରେ ବନ ମହୋତ୍ସବ ପାଳିତ

0
231

ବ୍ରହ୍ମପୁର, ୦୪/୦୮/୨୦୨୨:ଆଜି ସ୍ଥାନୀୟ ଡିପଲ ସ୍କୁଲରେ ଇକୋ କ୍ଲବ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ ମହୋତ୍ସବ ପାଳିତ ହୋଇଯାଇଛି।ସ୍କୁଲ ର ଅଧକ୍ଷ ଫାଦର ରିକାର୍ଡ଼ୋ ପ୍ରଧାନ ସି.ଏମ ଙ୍କ ତତ୍ତ୍ଵାବଧାନରେ ସ୍କୁଲ ପରିସର ମଧ୍ୟରେ ଷାଠିଏ ଟି ବୃକ୍ଷ ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଡି ଏଫ ଓ ଶ୍ରୀ ଅମ୍ଳାନ ନାୟକ ପୂର୍ବରୁ କରାଯାଇଥିବା ବିଭିନ୍ନ ତର୍କ, ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତା ର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଇକୋ କ୍ଲବ ସଂଯୋଜକ ଡାଃ ଶଙ୍କର ନାରାୟଣ ବେଜ୍ ବନ ମହୋତ୍ସବ ର ତାତ୍ପର୍ଯ୍ୟ ବୁଝାଇଥିଲେ।ସ୍କୁଲ୍ ର ଉପାଧ୍ୟକ୍ଷ ଫାଦର ବିମଲ ସି.ଏମ ଏବଂ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରତାପ କୁମାର ନାୟକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଇକୋ କ୍ଲବ ର ଭାରପ୍ରାପ୍ତ ଶିକ୍ଷୟତ୍ରୀ ସୁରଜିତା ରାଜ ଏବଂ ସସ୍ମିତା ପାତ୍ର କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ସଂପନ୍ନ କରିଥିଲେ।

LEAVE A REPLY

Please enter your comment!
Please enter your name here