ବ୍ରହ୍ମପୁର,୧୦/୦୮/୨୦୨୨: ରାତି ପାହିଲେ ଭାଇ ଭଭଣୀର ସ୍ନେହ ଓ ସରାଗର ପବିତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ରକ୍ଷା ବନ୍ଧନକୁ ନେଇ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ ଉନ୍ମୋଚିତ ହୋଇଯାଇଛି । ଏହି ନୂତନ ଭଜନ କୁ କଣ୍ଠ ଶିଳ୍ପୀ ଶ୍ରୀମତି ସମିତାରାଣୀ ଆଚାର୍ଯ୍ୟ କଣ୍ଠଦାନ କରିଥିବା ବେଳେ ମ୍ୟୁଜିକ୍ ରେ କାଳୀ ପ୍ରସାଦ ପଣ୍ଡା ,ଗୀତିକାର ଆଦିକନ୍ଧ ସେଠୀ ଓ ଏହାର ପ୍ରଯୋଜକ ରହିଛନ୍ତି ଭାସ୍କର ମିଶ୍ର । ଏହି ଭଜନରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ରହିଥିବା ପବିତ୍ର ଡୋରି କିପରି ବଞ୍ଚିଥିବା ଯାଏଁ ମିଠାଏ ସଂପର୍କ ଆଣି ଦେଇଥାଏ ତାହାକୁ ଏଥିରେ ଉପସ୍ଥାପିତ କରାଯାଇଛି ।ଏହାକୁ ୟୁବ୍-ଟ୍ୟୁବ୍ ର ଚ୍ୟାନେଲରେ ଅପଲୋଡ୍ କରାଯାଇଛି । ପୂର୍ବରୁ କଣ୍ଠ ଶିଳ୍ପୀ ସମିତାରାଣୀ ଗତ ରଥଯାତ୍ରା ଅବସରରେ ଭଜନ କଳା ଜହ୍ନ , ବୋଲବମ୍ ଭକ୍ତଙ୍କୁ ନେଇ ବମ୍ ବମ୍ ଭୋଲେ ଭୋଲେ , ଦେବସ୍ନାନ ପୂର୍ଣ୍ଣମା ଅବସରରେ ମିତଣୀ , ପଣାସଂଙ୍କ୍ରାନ୍ତି ଉପଲ୍ଲକ୍ଷେ ମାଲୋ ମଙ୍ଗଳା , ଦୁର୍ଗା ପୁଜା ଅବସରରେ ବିପଦ ଆପଦେ ଶାହା , ଖୁଦୁରୁ କୁଣି ଅବସରରେ ମୋ ଭାଇ ସକାଶେ ଏବଂ ମୁଁ ତୋଳିଛି ମନ୍ଦାର ଭଜନରେ କଣ୍ଠଦାନ କରିଥିବା ବେଳେ ଆଗାମୀ ଦିନରେ ଶିବ ଏବଂ ମାଆ କାଳୀଙ୍କୁ ନେଇ ଅନ୍ୟ ଦୁଇଟି ନୂତନ ଭଜନ ପ୍ରସ୍ତୁତ କରାଯିବ ।