ସାନଖେମୁଣ୍ଡି , ୧୦/୦୮/୨୦୨୨ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସାନଖେମୁଣ୍ଡି ବ୍ଲକ୍ ଶାଖା ପକ୍ଷରୁ ତୁରନ୍ତ ବର୍ଦ୍ଧିତ ଗ୍ରେଡପେ ଲାଗୁ କରିବା ଦାବିରେ ଆଜି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ୟରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକଙ୍କ ଗ୍ରେଡପେ ୨୮୦୦ ଟଙ୍କାରୁ ତୁରନ୍ତ ୪୨୦୦ ଟଙ୍କା ବୃଦ୍ଧି କରିବା ପାଇଁ ଶିକ୍ଷକମାନେ ସ୍ମାରକପତ୍ର ମାଧ୍ୟମରେ ଦାବୀ କରିବା ସହ ବି ଇ ଓ କୁରେଶୁ ସେଠୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଭାପତି କୈଳାଶଚନ୍ଦ୍ର ଦାସ , ସମ୍ପାଦକ ବଳରାମ ପୃଷ୍ଟି , ଉପସଭାପତି ସିମାଞ୍ଚଳ ରଥ , କୋଷାଧ୍ୟକ୍ଷ କାକୁଚରଣ ପାଣିଗ୍ରାହୀ , ଶୁକଦେବ ମଳିକ , ଶରତଚନ୍ଦ୍ର ପଣ୍ଡା , କୁନା ସାହୁ , ବାବୁଲା ଡାକୁଆ , ନାରାୟଣ ସାହୁ , ଲକ୍ଷ୍ମୀ ସାହୁ , କାମେଶ୍ୱର ମଳିକ ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲେ ।