ବ୍ରହ୍ମପୁର,୧୦/୦୮/୨୦୨୨ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅନ୍ତର୍ଭୁକ୍ତ କେ. ବରିଡା ସର୍କଲର ରାଜସ୍ବ ନୀରକ୍ଷକ ଦେବାଶିଷ ମାଝୀ ୫୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନିଜ କାର୍ଯ୍ୟାଳୟ ରେ ମାଡ଼ି ବସିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍ । ଏକ ଜବତ ବାଲି ବୋଝେଇ ଟ୍ରକ କୁ ଛାଡ଼ିବା ପାଇଁ ଲାଞ୍ଚ ନେଉଥିଲେ ରାଜସ୍ୱ ନିରୀକ୍ଷକ ଶ୍ରୀ ମାଝୀ । ଟ୍ରକ ମାଲିକ ଅଜୟ କହଁରଙ୍କୁ ରାଜସ୍ବ ନୀରକ୍ଷକ ଟଙ୍କା ମାଗିବା ପରେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ ଅଜୟ । ତାଙ୍କ ନାମରେ କୋଦଳା ତହସିଲ ଅଞ୍ଚଳ ରେ ଲାଞ୍ଚ ନେବାର ବହୁ ଅଭିଯୋଗ ରହିଥିଲା । ବର୍ତ୍ତମାନ ଭିଜିଲାନ୍ସ ତାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।