ଦିଗପହଣ୍ଡି, ୧୬/୦୮/୨୦୨୨ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନଗର ପକ୍ଷରୁ ୭୬ତମ ସ୍ବାଧିନତା ଦିବସ ଅବସରରେ ଏକ ବିଶାଳ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ନୂଆ ବସଷ୍ଟାଣ୍ଡ ଠାରୁ ଆରମ୍ଭ ହୋଇ ନଗର ପରିକ୍ରମା ସହ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସମାପ୍ତ ହୋଇଯାଇଛି । ପଦଯାତ୍ରାରେ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ କଲେଜ ଏବଂ କୋଚିଂ ସେଣ୍ଟରର ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ମହାନ୍ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଗାନରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ପରିଶେଷରେ ଏକ ବିଦ୍ୟାର୍ଥୀ ସଭା ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ଅଶୋକ ଦୋରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବିଶ୍ୱହିନ୍ଦୁ ପରିଷଦର ରମାକାନ୍ତ ରଥ ,ମୁଖ୍ବାବକ୍ତା ଭାବରେ ଆର ଏସ ଏସ ର ପ୍ରହଲ୍ଲାଦ ଡାକୁଆ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଅମୃତ ମହୋତ୍ସବ ସମାରୋହ ସମିତିର ବାବୁଲା ଦୋରା, ଧର୍ମେନ୍ଦ୍ର ଦୋରା, ପାଣ୍ଡବ ଦୋରା, ଦଣ୍ଡପାଣି ଦୋରା ଓ ଏବିଭିପି ଦିଗପହଣ୍ଡି ନଗର ସମ୍ପାଦକ ଅମିତ୍ କୁମାର ରଥ ଏହାର ନେତୃତ୍ୱ ନେଇଥିବା ବେଳେ , ବିଭାଗ ସଂଗଠନ ସମ୍ପାଦକ ମିଲନ କୁମାର ମହାପାତ୍ର, ବିଭାଗ ସୋସିଆଲ ମିଡିଆ ପ୍ରମୁଖ ସୁନୀଲ କୁମାର ଦୋରା, କାର୍ଯ୍ୟକ୍ରମ ସହ ସଂଯୋଜକ ହରିକୃଷ୍ଣ ଦୋରା, ଅମନ ମହାରଣା, ମନୋଜ, ମାେନାଲିସା, ମାେନାଲିକା, ରାନୀ, ସୁନେନା ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ମୁଖ୍ୟ ବକ୍ତା ପ୍ରହଲ୍ଲାଦ ଡାକୁଆ ସ୍ଥାନୀୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଭଙ୍ଗ କରିଥିଲେ।