ଜାଲିଆତିରେ ଜମିବିକ୍ରୀ ମାମଲାରେ ଅଭିଯୁକ୍ତ ଜଣେ ମହିଳାଙ୍କ ସହ ୪ ଜଣଙ୍କୁ କାବୁ କଲା ପାଟପୁର ପୋଲିସ

0
1242

ବ୍ରହ୍ମପୁର , ୧୮/୦୮/୨୦୨୨: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲର ପଟିଗୁଡା ଅଞ୍ଚଳରେ ଜାଲିଆତି କରି ଜନୈକ ମହିଳାଙ୍କ ନାମରେ ଥିବା ଜମିକୁ ଅନ୍ୟ ଜଣଙ୍କୁ ବିକିଦେଇଥିବା ନେଇ ହୋଇଥିବା ଏତଲା ଆଧାରରେ ପାଟପୁର ଥାନା ଅଧିକାରୀଙ୍କ କ୍ରିୟାଶୀଳ ଅନୁସନ୍ଧାନରେ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାଯାଇଛି । ସୂଚନା ପ୍ରକାରେ ୧୭/୦୮/୨୦୨୨ରିଖ ସକାଳ ସମୟରେ ପଟିଗୁଡ଼ାର ଶ୍ରୀମତୀ କୁନି ବିଶ୍ୱାସରାୟ , ପିତା ନରସିଂହ ବିଶ୍ୱାସରାୟ ପାଟପୁର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପ୍ରକାରେ ସେ ଗତ ତା ୨୮/୦୪/୨୨ ରିଖ ଦିନ ଦିଗପହଣ୍ଡି ସବ ରେଜିଷ୍ଟର ଅଫିସରୁ ଦସ୍ତାବିଜ ନକଲ ବାହାର କରିବା ପରେ ଜାଣିବାକୁ ପାଇଥିଲେ ଯେ କିଛି ଅସାଧୁ ଲୋକ ପଟିଗୁଡା ଗ୍ରାମର ହାଡ଼ିଆଣୀ ନାୟକଙ୍କୁ ସୁଭଦ୍ରା ବିଶ୍ୱାସରାୟ ଭାବେ ହାଜିରା କରାଇ ଏକ ଜାଲ ଦସ୍ତାବିଜ ପ୍ରସ୍ତୁତି ସହ ସୁଭଦ୍ରା ବିଶ୍ୱାସରାୟଙ୍କ ୫୧୯୩ ଡ଼ିସିମିଲ ଜମିକୁ ୪ ,୫୮,୯୦୦ ଟଙ୍କାରେ ହରପ୍ରୀୟା ବିଶ୍ୱାସରାୟଙ୍କୁ ବିକ୍ରୀ କରିଦେଇଛନ୍ତି । ଏହାସହ ନିଜେ ସୁଭଦ୍ରା ବିଶ୍ୱାସରାୟ ବିକ୍ରିଲବ୍ଧ ଟଙ୍କା ପାଇଛନ୍ତି । ଏ ନେଇ ସେ ବ୍ୟକ୍ତିଗତ ଅନୁସନ୍ଧାନ କରି ଉକ୍ତ ଜାଲିଆତି ଦସ୍ତାବିଜରେ ଜମି ବିକ୍ରିନେଇ କିଛି ଅସାଧୁ ଗୋଷ୍ଟୀ ଜଡ଼ିତ ଥିବା ତଥ୍ୟ ପାଇଥିଲେ । ବିକ୍ରୟ ହୋଇଥିବା ସୁଭଦ୍ରା ବିଶ୍ୱାସରାୟଙ୍କ ଉକ୍ତ ଜମିକୁ ହରପ୍ରିୟା ବିଶ୍ୱାସରାୟଙ୍କ ନାମରେ ରେଜିଷ୍ଟେସନ କରିଦେଇଥିବା ଜଣାଯାଇଥିଲା । ସୂଚନା ପ୍ରକାରେ ସୁଭଦ୍ରା ବିଶ୍ୱାସରାୟ ଜଣେ ରୋଗାଗସ୍ତ ମହିଳା ଥିବାରୁ ଏହି ବିକ୍ରିବଟାରେ ସେ ସଂଶ୍ଳିଷ୍ଟ ନଥିବା ନେଇ ଥାନାରେ ଏତଲା କ୍ରମରେ ଦର୍ଶାଇଥିଲେ ।ଏହି ଘଟଣାଟି ତାଙ୍କ ଅଜାଣତରେ ହୋଇଥିବା ସହ ସେ କେବେମଧ୍ୟ ଦିଗପହଣ୍ଡି ସବରେଜିଷ୍ଟ ଅଫିସକୁ ଯାଇନଥିବା କିମ୍ବା କାହାକୁ ଜମି ବିକ୍ରି କରିନଥିବା ନେଇ ଥାନାରେ ସ୍ପଷ୍ଟ ଅଭିଯୋଗ କ୍ରମରେ ପଟପୁର ଥାନାରେ ଏ ନେଇ ମାମଲା ରୁଜୁ କରାଯାଇଥିଲା । ଥାନା କେଶ ନଂ – ୨୬୭/ ୨୨ ଆଧାରରେ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ । ସ୍ଥିତିର ସରଜମିନ ଅନୁସନ୍ଧାନ ଓ ତଦନ୍ତରେ ପୋଲିସ ଏହି ମାମଲାରେ ଜଡିତ ଜଣେ ମହିଳାଙ୍କ ସହ ପାଞ୍ଚ ଜଣ ସନ୍ଦିଗ୍ଧଙ୍କୁ କାବୁ କରି ନିଜ ହେପାଜତକୁ ନେଇଥିଲା । ପାଞ୍ଚ ଜଣ ସନ୍ଦିଗ୍ଧଙ୍କ ମଧ୍ୟରେ ହରପ୍ରିୟା ବିଶ୍ୱାସରାୟ, ସ୍ୱାମୀ ସିମାଞ୍ଚଳ ବିଶ୍ୱାସରାୟ ଏବଂ ମୁଖ୍ୟ ଷଡଯନ୍ତ୍ରକାରୀ ସିମାଞ୍ଚଳ ବିଶ୍ୱାସରାୟ, ପିତା ଶିବରାମ ବିଶ୍ୱାସରାୟ ଉଭୟଙ୍କ ଗ୍ରାମ ପାଟପୁର ଥାନା ପୋଡ଼ାମାରୀ ହୋଇଥିବା ବେଳେ ସାକ୍ଷୀ କାଳୁ ଚରଣ ଗୌଡ଼ , ପିତା କହ୍ନେଇ ଗୌଡ଼ ପଟିଗୁଡାର ଅଟନ୍ତି । ଏହା ସହ ଦିଗପହଣ୍ଡି ସବରେଜିଷ୍ଟର ଅଫିସର ଦଲିଲ ଲେଖକ କମଳା କାନ୍ତ ତ୍ରିପାଠୀ ଏବଂ ଅନ୍ୟ ସାକ୍ଷୀ ଗୋକର୍ଣ୍ଣପୁର ଗ୍ରାମର ଡି ଦଣ୍ଡପାଣି ଦୋରା ପ୍ରମୁଖ ସଢଯନ୍ତ୍ର ପ୍ରକାରେ ଏହା ସଂଘଟିତ ହୋଇଥିବା ଏବଂ ଅନ୍ୟ ଜଣେ ମହିଳାକୁ ନେଇ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟରେ ସୁଭଦ୍ରା ବିଶ୍ୱାସରାୟ ଭାବେ ହାଜିରା କରାଇ ଜାଲିଆତିରେ ହରପ୍ରିୟା ବିଶ୍ୱାସରାୟ ନାମରେ ଉକ୍ତ ଜେମିକୁ ରେଜିଷ୍ଟେସନ କରିଥିବା ପୋଲିସ ସମ୍ମୁଖରେ ସେମାନେ ସ୍ବୀକାର କରିଥିଲେ । ଏ ନେଇ ପାଟପୁର ଥାନା ପକ୍ଷରୁ ଗୃହୀତ ଏତଲା କେଶ ନଂ- ୨୬୭/୨୨ ୟୁ/ଏସ ୪୧୯/ ୪୨୦/ ୪୬୭/ ୪୬୮/ ୪୭୧/୧୨୦-ବି/୩୪ ଆଇପିସି ପ୍ରକାରେ ପୋଲିସ ମାମଲା ରୁଜୁ କରିବା ସହ ୩ ଜଣ ପୁରୁଷ ଓ ଜଣେ ମହିଳା ଅସମୀଙ୍କୁ ପାଟପୁର ପୋଲିସ ଗିରଫ କରିଛି ଏବଂ ତଦନ୍ତ କ୍ରିୟାଶୀଳ ଥିବା ନେଇ ଥାନା ଅଧିକାରୀ ସବ୍ୟସାଚି ମଲ୍ଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here