ଭୁବନେଶ୍ୱର, ୨୦/୦୮/୨୦୨୨:
ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଏଏସ୍ଓ ର ଲିଖିତ ପରୀକ୍ଷା ଆସନ୍ତା ୨୭ ଶନିବାର ଦିନ ଅନୁଷ୍ଠିତ ହେବ। ଏ ନେଇ ଆଜି ଓଡିଶା ଲୋକସେବା ଆୟୋଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ରେ ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ଚଳିତ ଅଗଷ୍ଟ ୨୧ ତାରିଖରେ ହେବାକୁ ଥିବା ଏହି ଲିଖିତ ପରିକ୍ଷା କୁ ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ କରାଯିବା ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରାଯାଇଥିଲା। ଆଜି ଲୋକସେବା ଆୟୋଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ରେ ଆସନ୍ତା ୨୭ ତାରିଖ ଶନିବାର ଦିନ ଲିଖିତ ପରିକ୍ଷା ଅନୁଷ୍ଠିତ ହେବାକୁ ନେଇ ସୁଚନା ଦିଆଯିବା ସହ ଯୋଗ୍ୟ ପ୍ରାର୍ଥୀ ମାନେ ନିୟମିତ ଆୟୋଗର ଓ୍ବେବସାଇଟ ଦେଖିବା ପାଇଁ ଉଲ୍ଲେଖ କରାଯାଇଛି।