ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରେ ପ୍ରଥମ ରିସର୍ଚ୍ଚ ସ୍କଲାର କନକ୍ଲେଭ-୨୦୨୨ ଅନୁଷ୍ଠିତ

0
223

ବ୍ରହ୍ମପୁର, ୨୨/୦୮/୨୦୨୨:ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ବାରା ଏହାର ପ୍ରଥମ ରିସର୍ଚ୍ଚ ସ୍କଲାର କନକ୍ଲେଭ-୨୦୨୨ ନୂତନ ସମ୍ମିଳନୀ କକ୍ଷ ଠାରେ ଆଜି ଆୟୋଜିତ ହୋଇଥିଲା। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ଚେୟାରମ୍ୟାନ ପ୍ରଫେସର ପ୍ରତାପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ଗବେଷଣା କ୍ଷେତ୍ରରେ କିପରି ବିଦ୍ୟାର୍ଥୀ ମାନେ ଉତ୍ତମ ପ୍ରଦର୍ଶନ ଓ ଉନ୍ନତି କରିବେ ସେଥିପ୍ରତି ଶିକ୍ଷାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଗବେଷଣା କ୍ଷେତ୍ରରେ ନିଜର ପୁରାତନ ଅଭିଜ୍ଞତାକୁ ଶିକ୍ଷାର୍ଥୀ ମାନଙ୍କ ନିକଟରେ ଆଲୋଚନା କରିଥିଲେ ଓ ଭବିଷ୍ୟତରେ କିପରି ଜଣେ ଉତ୍ତମ ଗବେଷକ ଭାବେ ପରିଚିତ ହେବେ ସେ ସମ୍ବନ୍ଧରେ ସମ୍ୟକ ବିବରଣୀ ଦେଇଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନେ କିପରି ଭଲରେ ଗବେଷଣା କରିପାରିବେ ସେଥିପ୍ରତି ଧ୍ୟାନ ଦେବା ସହ ଅଧିକ ରୁ ଅଧିକ ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିବେ ସେ ବିଷୟରେ ନିଜର ବକ୍ତବ୍ୟ ଉପସ୍ଥାପିତ କରିଥିଲେ ଡ଼. ଶାରଦା ସାହୁ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଡ. ଇତିଶ୍ରୀ ଗୀତା କୁମାରୀ ଧନ୍ୟବାଦ ଦେଇଥିଲେ। ଡ. ଶାରଦା ପ୍ରସାଦ ସାହୁ, ଡ. ସନ୍ଦୀପ କୁମାର ଦାଶ, ଡ. ଇତିଶ୍ରୀ ଗୀତା କୁମାରୀ ଓ ଶ୍ରୀଯୁକ୍ତ ଅଗ୍ନୀ କୁମାର ବେହେରା ଉକ୍ତ କାର୍ଯକ୍ରମ ଆୟୋଜକ କମିଟି ରେ ସଦସ୍ୟ ଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ବିଭାଗର ପ୍ରଫେସର ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here