ପରିତ୍ୟକ୍ତ ତାରରେ ଲାଗିଥିବା ବାରହାକୁ ଉଦ୍ଧାର କଲା ବନ ବିଭାଗ

0
401

ବ୍ରହ୍ମପୁର,୧୯/୦୯/୨୦୨୨: ସ୍ଥାନୀୟ ଖୋଡାସିଙ୍ଗି ସ୍ଥିତ ରାମକୃଷ୍ମ ନଗର ଷଷ୍ଠ ଗଲିରେ ତାରରେ ଲାଗି ଛଟପଟ ହେଉଥିବା ଜଙ୍ଗଳି ବାରହାକୁ ଉଦ୍ଧାର କରିଛିବନ ବିଭାଗ। ସୂଚନା ମୁତାବକ ଭୋର ସକାଳ ସମୟରେ ବାରହାଟି ଏକ ଲୁହା ତାରରେ ଫସି ରହିଥିବା ଦେଖିଥିଲେ। ଏହାପରେ ସେମାନେ ବନ ବିଭାଗକୁ ଖବର ଦେଇଥିଲେ, ସୂଚନା ପାଇଁ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ବାରହାଟିକୁ ଉଦ୍ଧାର ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ଏହି ସମୟରେ ଏକ ବିଦ୍ୟୁତ ପୋଲରେ ଲାଗିଥିବା ତାରରେ ବାରହାଟି ଲାଗି ଛଟପଟ ହେଉଥିବା କାରଣରୁ ପ୍ରଥମେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା ଏବଂ ସେମାନେ ବିଦ୍ୟୁତ ସରବରାହ ବନ୍ଦ କରିଥିଲେ। ଏହାପରେ ବନ କର୍ମଚାରୀମାନେ ଦୀର୍ଘ ଦୁଇ ଘଣ୍ଟାର ପରିଶ୍ରମପରେ ବାରହାଟିକୁ ତାର ଫାଶର ମୁକ୍ତ କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ବ୍ରହ୍ମପୁର ବନପାଳ ବାବୁ ସେଠି, ବନ ରକ୍ଷୀ କିଶୋର ଚନ୍ଦ୍ର ପଣ୍ଡା, ପାରା ବନ କର୍ମଚାରୀ ଦେବାଶିଷ ତ୍ରିପାଠୀ, ଶ୍ରୀକାନ୍ତ ପଢିଆଳି, ସୁନିଲ ଦାଶ, ରବି ଦାଶ, ଆକାଶ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ। ପୁରୁଷ ଜଙ୍ଗଳି ବାରହାଟି ଖାଦ୍ୟ ଅନ୍ୱେଷଣରେ ଆସି ଏହିପରେ ତାରରେ ଫଶି ଯାଇଥିବା ବେଳେ ଉଦ୍ଧାରପରେ ତାଙ୍କୁ ନିଟସ୍ତ ଜଙ୍ଗଳରେ ଛଡା ଯାଇଥିବା ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here