ଲାଞ୍ଚ ଗ୍ରହଣ ମାମଲାରେ ଅବସରପ୍ରାପ୍ତ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କୁ ୩ବର୍ଷ ଜେଲ ଦଣ୍ଡ

0
400

ଫୁଲବାଣୀ,୨୦/୦୯/୨୦୨୨: ଚକାପାଦ ଥାନାର ପୂର୍ବତନ ସବ୍- ଇନ୍ସପେକ୍ଟର ତଥା ଚକାପାଦ ଥାନା ର ଅବସରପ୍ରାପ୍ତ ଇନଚାର୍ଜ ହରିବନ୍ଧୁ ପରିଡ଼ାଙ୍କୁ ଜେଲ୍ ଦଣ୍ଡ ହୋଇଛି । ୩ ବର୍ଷ ଜେଲ୍ ସହ ୧୦ ହଜାର ଜରିମାନା କରିଲେ ଫୁଲବାଣୀ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।୨୦୧୮ରେ ଜଣେ ଅଭିଯୋଗକାରୀ ଙ୍କୁ ଏକ ମାମଲା ରେ ଅଭିଯୁକ୍ତ ନକରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ସେତେବେଳେ ଲାଞ୍ଚଟଙ୍କା ନେଲା ବେଳେ ହରିବନ୍ଧୁଙ୍କୁ ଭିଜିଲାନ୍ସ ବିଭାଗ ଧରିଥିଲା।ଦୋଷୀ ସାବ୍ୟସ୍ତ ହେବାପରେ ଓଡ଼ିଶା ଭିଜିଲାନ୍ସ ବର୍ତ୍ତମାନ ଶ୍ରୀ ପରିଡାଙ୍କର ପେନସନ ବନ୍ଦ କରିବାପାଇଁ କ୍ଷମତାପନ୍ନ ପ୍ରାଧିକାରୀଙ୍କୁ ସୁପାରିଶ କରିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି I

LEAVE A REPLY

Please enter your comment!
Please enter your name here