ସୂଚନା ଅଧିକାର କର୍ମୀଙ୍କୁ ଅପହରଣ ଏବଂ ହତ୍ୟା ଧମକ। ଥାନା ରେ ମାମଲା

0
609

ବ୍ରହ୍ମପୁର, ୨୦/୦୯/୨୦୨୨: ଗୋଳନ୍ଥରା ଥାନା ଅନ୍ତର୍ଗତ ବ୍ଲକ ପରିସରରେ ସୂଚନା ଅଧିକାର କର୍ମୀଙ୍କୁ ଅପହରଣ କରାଯିବା ଏବଂ ହତ୍ୟା ଧମକ ଦେବା ଘଟଣା ନଜର କୁ ଆସିଛି।ସୋମବାର ଦିନ ସାଢ଼େ ୧୧ଟା ବେଳେ ଆରଟିଆଇ ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ନିମନ୍ତେ ସୂଚନା ଅଧିକାର କର୍ମୀ. ତଥା କନିସି ହାଟ ତହସିଲ ରୋଡ ନିବାସୀ ବିଶ୍ବମ୍ବର ପାତ୍ର ଏବିଡିଓ ଓ ମୂଖ୍ୟ କିରାଣୀଙ୍କ ସହିତ ବିଡ଼ିଓ ବିଶ୍ୱଜିତ ରାୟ ଙ୍କ ପ୍ରକୋଷ୍ଟ କୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ଙ୍କ ସମ୍ମୁଖରେ ଗୋବିନ୍ଦପୁର ଗ୍ରାମର ସିଏଚ. ବାଇରୀ ପାତ୍ର ପ୍ରକୋଷ୍ଠ ରେ ବସିଥିଲେ। ବିଶ୍ବମ୍ବର ଙ୍କୁ ଦେଖି ଉତ୍ କ୍ଷିପ୍ତ ହୋଇ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବା ସହ କାହିଁକି ଆର୍ଟିଆଇ ତଥ୍ୟ ମାଗିବା ନେଇ ପ୍ରଶ୍ନ କରି ଦୁର୍ବ୍ୟବହାର କରିଥିବା ବିଶ୍ବମ୍ବର ଥାନାରେ ଅଭିଯୋଗ କରିଛନ୍ତି। ଏହି ସମୟରେ ବିଡ଼ିଓ ବିଶ୍ୱଜିତ ରାୟ ଏହାକୁ ହସ୍ତକ୍ଷେପ କରି ପଦାକୁ ବାହାରି ଯିବାକୁ ଅନୁରୋଧ କରିଥିଲେ। ଆରଟିଆଇ କାମ ସରିଲା ପରେ ବିଶ୍ବମ୍ବର ବାହରକୁ ଆସିଥିଲେ। ସେହି ସମୟରେ ବାଇରି ପାତ୍ର ଓ ଟୁଟୁ ପାତ୍ର ଦୁହେଁ ମିଶି ବାଇକ ଚାବି ଛଡ଼ାଇ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଠେଲାପେଲା କରି ଜୋର ଜବରଦସ୍ତ ସ୍କର୍ପିଓ ଗାଡ଼ି ରେ ବସାଇ ଗୋପାଳ ଗାଁ ଆମ୍ବତୋଟା କୁ ନେଇ ଯାଇଥିଲେ ଏବଂ ସେଠାରେ ଚାନ୍ଦପୁର ଗ୍ରାମର ବନମାଳୀ ଦାସଙ୍କ ଉପସ୍ଥିତି ରେ ମୋବାଇଲ ଛଡାଇ ନେଇ ମାଡ଼ ମାରି ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି। ମାଡ଼ ମାରିବା ସମୟରେ ସଦାନନ୍ଦ ସାହୁ, ବାଇରି ପାତ୍ର, ତାଙ୍କ ଦୁଇପୁଅ ସୁଦାମ ପାତ୍ର, ତ୍ରିପତି ପାତ୍ର ପହଞ୍ଚି ପୁଣି ମାଡ଼ ମାରି ଅକଥନୀୟ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି। ଜୀବନରେ ମାରି ଦେବା ଉଦ୍ଧେଶ୍ୟ ରେ ମାଡ଼ ମାରି ଚାଲିଥିଲେ। ସେତେ ବେଳେ ତାଙ୍କର ହୋସ ଉଡ଼ିଯାଇଥିଲା। ସେହି ସମୟରେ ଏକ ଷ୍ଟାମ୍ପ ପେପର ଆଣିବାକୁ ବନମାଳୀ କୁ ପଠାଇଥିଲେ। ସେଠାରେ ତାଙ୍କର ଚେତା ଆସିଲା ପରେ ଜୋର ଜବରଦସ୍ତ ଷ୍ଟାମ୍ପ ପେପରରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ। ସେ କିନ୍ତୁ ମନାକରିବାରୁ ପୁଣି ମାଡ଼ ମାରିବା ସହ ହତ୍ୟା ଧମକ ଦେଇଥିଲେ। ଆମେ କୁସୁମୀ ଡବଲ ମର୍ଡର କରିବା ମନେ ଅଛିକି ନାହିଁ ସ୍ମରଣ କର ତୋତେ ବି ମାରିଦେବୁ ବୋଲି ଧମକ ଦେଇଥିଲେ। ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରଜେଶ୍ୱରି ଦୋରା, ବିନୋଦ ମହାଙ୍କୁଡ, ବ୍ଲକ ବିଜେଡ଼ି ସଭାପତି ଅଜିତ ଦାସ ପହଞ୍ଚି ଉଦ୍ଧାର କରିଥିଲେ। ଏହା ମଧ୍ୟରେ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଏହା ନେଇ ଥାନାରେ କେଶ ନଂ ୩୪୦/୨୨ ରେ ଏକ ମାମଲା ରୁଜୁ କରି ୧୫୪ ସିଆରପିସି u/s୨୯୪/୩୨୩/୧୫୪/୩୪୨/୩୬୪/ ୩୦୭/୫୦୬ ୩୪ ଭାରତୀୟ ପିଙ୍ଗଳ କୋଡ଼ ରୁଜୁ କରିଛନ୍ତି ଥାନା ପୁଲିସ। ଏହା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ତଦନ୍ତ କରୁଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here