ବ୍ରହ୍ମପୁର, ୨୧/୦୯/୨୦୨୨:ଅଜି ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ପଦ୍ମଶ୍ରୀ ପ୍ରଫେସର (ଡା.) କୃଷ୍ଣ ମୋହନ ପାଠୀ ଙ୍କ ବାସଭବନ ଠାରେ ଛିଦ୍ରମୟ ଅସ୍ଥି ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥି ସ୍ବାସ୍ଥ୍ୟର ପରିକ୍ଷା ନିରୀକ୍ଷା ଓ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଶୀଯୁକ୍ତ ଜେ. ସୋନାଲ ମୁଖ୍ଯ ଅତିଥି ଯୋଗ ଦେବା ସହ ସ୍ବାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ ଏବଂ ନିଜର ସ୍ବାସ୍ଥ୍ୟ ପରିକ୍ଷା ମଧ୍ୟ କରାଇଥିଲେ । ବ୍ରହ୍ମପୁର ଓ ଅନ୍ଯାନ୍ଯ ଅଞ୍ଚଳର ଅନେକ ବ୍ୟକ୍ତି ତାଙ୍କ ପରିବାର ସଦସ୍ଯଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ ଏବଂ ଡାକ୍ତର ପାଠୀ ଙ୍କ ଠାରୁ ଡାକ୍ତରୀ ପରାମର୍ଶ ନେଇଥିଲେ । ଶ୍ରୀ ସୁରେଶ କୁମାର ପାଠୀ, ଗଞ୍ଜାମ ଜିଲ୍ଲା ବରିଷ୍ଠ ସରକାରୀ ଆଇନଜୀବୀ ଶ୍ରୀ ପି ଏନ ପାତ୍ର, ଆଇନଜୀବୀ ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ ଶ୍ରୀ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଶ୍ରୀ ପୀତବାସ ରଥ, ଏ. ରାଜା ରାଓ, କୃଷ୍ଣ ଚନ୍ଦ୍ର ସାହୁ ଓ ଅନ୍ୟମାନେ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା କରି ଏହାକୁ ସଫଳ କରାଇଥିଲେ।