ଅଙ୍ଗନବାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗର ତଦନ୍ତ କଲେ ଉପଖଣ୍ଡ ଅଧିକାରୀ : କର୍ମୀଙ୍କ ଧମକ ନେଇ ଥାନାରେ ସୂଚନା

0
432

ବ୍ରହ୍ମପୁର , ୨୧/୦୯/୨୦୨୨ : ସାନଖେମୁଣ୍ଡି ଆଇସିଡ଼ିଏସ କାର୍ଯ୍ୟାଳୟ ଗଙ୍ଗାପୁର ଅଙ୍ଗନବାଡ଼ି କେନ୍ଦ୍ର – ୨ ରେ ଅଙ୍ଗନବାଡ଼ି କର୍ମୀ ସନ୍ତୋଷୀ ସେଠୀଙ୍କ ଦ୍ଵାରା ହେଉଥିବା ବ୍ୟାପକ ପରିଚାଳନାଗତ ଅବ୍ୟବସ୍ଥା ଓ ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ବେଳେ ଆଜି ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (ଏସଏସଏସ ଓ ) ଶ୍ରୀ କୃଷ୍ଣ ଚନ୍ଦ୍ର ବେହେରା ଗ୍ରାମବାସୀ ଓ ହିତାଧିକାରୀଙ୍କ ଅଭିଯୋଗର ତଦନ୍ତ କରିଛନ୍ତି । ସ୍ଥାନୀୟ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁର , ଅଞ୍ଚଳ ପରିଦର୍ଶିକା ମାମତାଞ୍ଜଳି ପଣ୍ଡାଙ୍କ ସହ କର୍ମୀଙ୍କ ଦ୍ବାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଗୃହରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତଦନ୍ତ ବେଳେ କେନ୍ଦ୍ର ଜନିତ କୌଣସି ଧାର୍ଯ୍ୟ ରେକର୍ଡ ପୂରଣ ହୋଇନଥିବା ସହିତ ଗର୍ଭବତୀ ଓ ପ୍ରସୂତିଙ୍କ ବିବରଣୀ ନଥିବା , ପୋଷଣ ଟ୍ରାକ ଏବଂ ହିତାଧିକାରୀଙ୍କ ସଠିକ ଅନ ଲାଇନ୍ ପଞ୍ଜିକରଣ ହୋଇନଥିବା , ବିଭାଗ ଦ୍ଵାରା ଉଦ୍ଧିଷ୍ଟ ପୃଷ୍ଟିକର ସୁଷମା ଖାଦ୍ୟ ଛତୁଆ , ସୁଜି , ବାଦାମ ଲଡୁ ସହ ଅଣ୍ଡା ବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଧିକାରୀଙ୍କ ତନନ୍ତ ସମୟରେ ସ୍ପଷ୍ଟ ହୋଇଅଛି । ଏହା ସହିତ ପ୍ରାକ୍ ବିଦ୍ୟାଳୟ ପରିଚାଳନାରେ ଭୂତ ପିଲାଙ୍କୁ ରଖାଯାଇ ଗରମ ସୁଷମ ପୃଷ୍ଟିକର ରନ୍ଧନ ଖାଦ୍ୟ ବ୍ୟବସ୍ଥା ଅର୍ଥକୁ ହରିଲୁଟ କରାଯାଇଥିବା ଉପସ୍ଥିତ ଅଭିଭାବକଙ୍କ ସହ ରକର୍ଡ ଜାଞ୍ଚରୁ ସ୍ପଷ୍ଟ ହୋଇଅଛି । ଶିଶୁଙ୍କ ଓଜନ ବିବରଣୀ କିମ୍ବା ପୋଷଣ ଟ୍ରକ କରାଯାଇନଥିବା ବେଳେ ମମତା ହିତାଧିକାରୀଙ୍କୁ କୌଣସି ସେବା ମିଳୁନଥିବା ଅଭିଭାବକ ଓ ହିତାଧିକାରୀଙ୍କ ଅଭିଯୋଗର ତଦନ୍ତ କରାଯାଇଛି।ତେବେ ବ୍ୟାପକ ଅନିୟମିତତାର ତଦନ୍ତ ପାଇଁ ଆସିଥିବା ବିଭାଗୀୟ ଅଧିକାରୀଙ୍କ ତଦନ୍ତ ସମୟରେ କର୍ମୀ ଜଣଙ୍କ ତଦନ୍ତ ଅଧିକାରୀ ଏବଂ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଗ୍ରାମବାସୀଙ୍କ ପ୍ରତି ଆଶାଳିନ ବ୍ୟବହାର କରିଥିଲେ । ଏହା ସହିତ ଥାନାରେ ପୁରାଇଦେବାକୁ ଧମକ ମଧ୍ୟ ଦେଇଥିଲେ । ସମସ୍ତ ଅଭିଯୋଗର ତଦନ୍ତ ବିବରଣୀ ଲିପିବଦ୍ଧ ପରେ ବିଭାଗୀୟ ତଦନ୍ତ ଅଧିକାରୀ ପାଟପୁର ଥାନାରେ ପହଞ୍ଚି ଘଟିଥିବା ଘଟଣା ସମ୍ପର୍କରେ ଥାନାର ଦୃଷ୍ଟି ଆକର୍ଷଣ କରିଥିଲେ।ଗଙ୍ଗାପୁର ଅଙ୍ଗନୱାଡ଼ି କେନ୍ଦ୍ର – ୨ କର୍ମୀଙ୍କ ପ୍ରତି କରାଯାଇଥିବା ସମସ୍ତ ଅଭିଯୋଗର ସମାଧାନ ପାଇଁ କର୍ମୀ ସନ୍ତୋଶୀ ସେଠିଙ୍କୁ ସିଡିପିଓଙ୍କ ପକ୍ଷରୁ ବହୁବାର ଉଦ୍ୟମ କରାଯାଇଥିବା ବେଳେ ସଂପୃକ୍ତ କର୍ମୀ ନିର୍ଭୟର ସହ ଅଧିକାରୀଙ୍କୁ ଅବମାନନା କରୁଥିବା ପ୍ରକାଶ କରିବା ସହ ସମସ୍ତ ନଥିପତ୍ରର ଓ ଲୋକଙ୍କ ଅଭିଯୋଗ ବୟାନ ଅନୁସାରେ ଉଚ୍ଚ କତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପ୍ରତିକ୍ରିୟା ରଖିଥିଲେ । ।

LEAVE A REPLY

Please enter your comment!
Please enter your name here