ବ୍ରହ୍ମପୁର,୨୨/୦୯/୨୦୨୨:
ଗୋପାଳପୁର୍ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକରେ ବିଜେଡି ଗୁଣ୍ଡାଙ୍କ ଆତଙ୍କରାଜରେ ସାଧାରଣ ଲୋକ ଭୟଭୀତ ହେଉଛନ୍ତି। ମଦବେପାରି ଅସାମାଜିକ ବ୍ୟକ୍ତି ଶାସକ ଦଳ ନେତାଙ୍କ ଛତ୍ରଛାୟା ତଳେ ଆଶ୍ରୟ ନେଇ ବିରୋଧୀ ଦଳ କର୍ମୀଙ୍କୁ ଧମକ ଦେବା ଅତ୍ୟନ୍ତ ନିନ୍ଦନୀୟ ଓ ଗଣତନ୍ତ୍ରର ପରିପନ୍ଥୀ ବୋଲି ଆଜି ଗଞ୍ଜାମ ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଅଭିଯୋଗ କରିଛନ୍ତି । ଗୋପାଳପୁର ବିଧାୟକ ଠକେଇ ଅଭିଯୋଗରେ ଅଭିଯୁକ୍ତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଗୋପବନ୍ଧୁ ଦାସ ଏଠି ପତିଆରା ଜାହିର୍ କରି ସମଗ୍ର ପ୍ରଶାସନକୁ କରାୟତ କରିଛନ୍ତି। ବିଡିଓ, ତହସିଲଦାର ଓ ଥାନାକୁ ଦଳୀୟ ସ୍ବାର୍ଥରେ ବ୍ୟବହାର
କରୁଛନ୍ତି। ସ୍ଥାନୀୟ ପ୍ରାଶାସନିକ ଅଧିକାରୀ ଓ ଥାନା ଅଫିସର ବିଜେଡିର କର୍ମୀ ସାଜିଛନ୍ତି। ବିକାଶ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଛି। ଅନ୍ୟପକ୍ଷରେ ସବୁଠି ଦୁର୍ନୀତି ଗ୍ରାସ କରି ସାରିଲାଣି। କାମଦେବା, ବିଲ କରିବା ଆଦି ବିଭିନ୍ନ ପ୍ରଲୋଭନ ଦେଖାଇ ବିଜେଡି ମିଛମିଛିକା ମିଶ୍ରଣ ପର୍ବ କରୁଛି। ଦୁର୍ନୀତି ବିରୋଧରେ ମୁହଁ ଖୋଲିଲେ ହତ୍ୟା ଧମକ ମିଳୁଛି। ଗତ ୧୯ ତାରିଖରେ ଦୁର୍ନୀତି ସମ୍ପର୍କୀତ ତଥ୍ୟ ମାଗିବାକୁ ଯାଇଥିବା ସୂଚନା ଅଧିକାର କର୍ମୀ ବିଶ୍ବମ୍ବର
ପାତ୍ରଙ୍କୁ ବ୍ଲକ କାର୍ଯ୍ୟାଳୟରୁ ବିଡିଓଙ୍କ ଉପସ୍ଥିତିରେ ଅପହରଣ କରିବା ଘଟଣା ବିଜେଡିର କଳା କାରନାମାକୁ
ପଦାରେ ପକାଇଛି। କୁସୁମୀ ଡବଲ ମର୍ଡର କେସର ଅଭିଯୁକ୍ତ ସି.ଏଚ. ବାଇରି ପାତ୍ର ଜାମିନରେ ଆସିବା ପରେ ବିଜେଡି ତାଙ୍କୁ ସୁରକ୍ଷା ଦେଇଛି। ବିଜେଡି ନେତାଙ୍କ ଇଙ୍ଗିତରେ ବାଇରି ପାତ୍ର ବିଶମ୍ବର ପାତ୍ରଙ୍କୁ ଅପହରଣ କରି ଜୀବନରେ ମାରିଦେବା ପାଇଁ ନିର୍ଜନ ଆମ୍ବ ତୋଟାକୁ ନେଇ ନିସ୍ତୁକ ମାଡମାରି ସୂଚନା ଅଧିକାର ଆଇନ ବଳରେ ମିଳିଥିବା କାଗଜପତ୍ର ଛଡ଼ାଇ ନେଇଛନ୍ତି। ବ୍ଲାଙ୍କ ଷ୍ଟାମ୍ପ ପେପରରେ ଦସ୍ତଖତ ନେଇଛନ୍ତି। ଏସବୁ କାରନାମା ପଛରେ ତୃତୀୟ ମହାଲାରୁ ଆଶୀର୍ବାଦ ପାଇ ଏଠାକୁ ଆସିଥିବା ଗୋପବନ୍ଧୁ ଦାଶଙ୍କ ପ୍ରଚ୍ଛନ୍ନ ହାତ ରହିଛି।ଦୁର୍ନିତି ଧରା ପଡ଼ିବା ଭୟରେ ଅପିଲ୍ ଦିନ ଷଡ଼ଯନ୍ତ୍ର କରାଯାଇ ପ୍ରତିପକ୍ଷ ସି.ଏଚ ବାଇରି ପାତ୍ରକୁ ବିଡିଓଙ୍କ ଚ୍ୟାମ୍ବରକୁ ଡକା ଯାଇଥିଲା। ବିଜେଡି ନେତା ଗଣେଶ ଡାକୁଆ ହତ୍ୟା ଅଭିଯୁକ୍ତ ଅଜିତ୍ ଦାସ, ଜିଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା ପ୍ରମୁଖ ତାଙ୍କୁ ଏଫ୍ ଆଇ ଆର୍ ନଦେବାକୁ ପ୍ରବର୍ତ୍ତାଇ ଗୋପବନ୍ଧୁ ଦାଶଙ୍କ ସହ କଥା ହେବାକୁ ମୋବାଇଲ ଫୋନ ଦେଇ ବିଡିଓଙ୍କ ପାଖକୁ ଯିବାକୁ ବାଧ୍ୟ କରିଥିଲେ । ଯାହାର ଅଡିଓ ରେକର୍ଡ ପ୍ରମାଣ ରହିଛି।ଏଣୁ ଏହି ଘଟଣାରେ ଗୋପବନ୍ଧୁ ଦାଶଙ୍କ ସିଧା ସଳଖ ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ରାଜନୈତିକ ଚାପରେ ଏହି ଘଟଣାକୁ ୭୨ ଘଣ୍ଟା ପରେ ମଧ୍ୟ ଅପରାଧିଙ୍କୁ ଏଯାବତ୍ ଗିରଫ କରାଯାଇନାହିଁ । ଷଡଯନ୍ତ୍ରକାରୀ ଗୋପବନ୍ଧୁ ଦାସ,
ବିଡିଓ, ବାଇରି ପାତ୍ର ସମେତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବି କରୁଛି ବିଜେପି । ନଚେତ ଆନ୍ଦୋଳନ ଭଳି ସମସ୍ତ ପନ୍ଥା ଅବଲମ୍ବନ କାରାଯିବ ବୋଲି ଆଜିର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି କାର୍ଯ୍ୟାକର୍ତ୍ତା ମାନେ ସୁଚନା ଦେଇଛନ୍ତି।ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଙ୍କ ସମେତ ବ୍ରହ୍ମପୁର ବିଧାନସଭା କ୍ଷେତ୍ର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁନିଲ କୁମାର ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ତଥା କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର,ଗୋଳନ୍ଥରା ମଣ୍ଡଳ ସଭାପତି ସନତ ନାୟକ,ଗୋଳନ୍ଥରା ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ସୁନିଲ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ ।