ସୋରଳରେ ପୋଷଣ ଦିବସ

0
315

ଚିକିଟି,୨୫/୦୯/୨୦୨୨ :ସୋରଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ସୋରଳ ସେକ୍ଟର ଅଙ୍ଗନବାଡି କର୍ମୀ ଙ୍କ ଦ୍ୱାରା “ରାଷ୍ଟ୍ରୀୟ ପୋଷଣ ମାସ “ଅବସରରେ ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ପୋଷଣ ଦିବସ l ଏଥିରେ ସୁରଳ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ସସ୍ମିତା କୁମାରୀ ସାହୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟା ଶ୍ରୀମତୀ ରିତା ବେହେରା,ନାଏବ ସରପଞ୍ଚ କେଶବ ବେହେରା,ଗୋଷ୍ଠୀ ନୋଡାଲ କୁଷ୍ଠ କର୍ମୀ କେ. କୁଶ କୁମାର, ପ୍ରଧାନ ଶିକ୍ଷକ ଶ୍ରୀ ନିଗମାନନ୍ଦ ପଣ୍ଡା, ପରିଦର୍ଶିକା ଏ. କ୍ରିଷ୍ଣା କୁମାରୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ରେ ସିଡିପିଓ ସୁପୋଷଣ , ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତି ମାଆ ଙ୍କ ପୋଷଣ ବିଷୟରେ ଆଲୋଚନା କରିଥିଲେ l ସରପଞ୍ଚ ଶ୍ରୀମତୀ ସାହୁ କୁପୋଷଣ ର ସମସ୍ୟା ଓ ସମାଧାନ କିପରି କରାଯିବ ଆଲୋକପାତ କରିଥିଲେ lକିଶୋର /କିଶୋରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ଅଙ୍ଗନବାଡି କର୍ମୀ ଦ୍ୱାରା ପୋଷଣ ପାଇଁ ଆବଶ୍ୟକ ପୋଷକ ଖାଦ୍ୟ ପ୍ରଦର୍ଶନ କରିଥିଲେ lଉକ୍ତ କାର୍ଯ୍ୟକ୍ରମ କୁ କେ. କୁଶ କୁମାର ପରିଚାଳନା କରିଥିଲେ ଏବଂ ଏ. କ୍ରିଷ୍ଣା କୁମାରୀ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

LEAVE A REPLY

Please enter your comment!
Please enter your name here