ମୋହନା ଏମକେସିଜି ସ୍ଵତନ୍ତ୍ର ବିଦ୍ୟାଳୟରେ ଦିନଦୟାଲ ଉପାଧ୍ୟାୟଙ୍କ ୧୦୭ ତମ ଜନ୍ମଦିବସ ପାଳିତ

0
146

ବ୍ରହ୍ମପୁର , ୨୫/୦୯/୨୦୨୨ : ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର , ମାନସିକ ଅନଗ୍ରସର ଓ ମସ୍ତିସ୍କ ପକ୍ଷାଘାତ ସ୍ଵତନ୍ତ୍ର ବିଦ୍ୟାଳୟ ପରିସରରେ ଆଜି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଅଛି ।ଆୟୋଜିତ ଆଜିର ଏହି ଦିବସ ପାଳନ ସମାରୋହରେ ଅନୁଷ୍ଠାନର ଉପସଭାପତି ଶ୍ରୀ ଶରତ ଚନ୍ଦ୍ର ମଳିକ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମୋହନା ଭ।ରପ୍ରାପ୍ତ ତହସିଲଦାର ଶ୍ରୀ ହିମାଂଶୁ ଶେଖର ପଲ୍ଲେଇ , ମୁଖ୍ୟବକ୍ତା ଭାବେ ମୋହନା ଥ।ନ।ଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା , ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ମଧୁସୂଦନ ପାଢି , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ବୀର , ବ୍ୟଙ୍ଗକବି ଶ୍ରୀ ମଧୁସୂଦନ ନାୟକ , ଅନୁଷ୍ଠାନର ସମ୍ପାଦକ ଦଣ୍ଡାସୀ ସାହୁ ପ୍ରମୁଖ ମଞ୍ଚାଷୀନ ରହିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଉପଦେଷ୍ଟା ମଣ୍ଡଳୀରୁ ଶ୍ରୀ ଦୁର୍ଯ୍ୟୋଧନ କରଡ଼ା , କୋଷାଧ୍ୟକ୍ଷ ସୁରେନ୍ଦ୍ର ଜେନା , ସଭ୍ୟ ଜୟପ୍ରକାସ ପାଇକ , ଶ୍ରୀ ମାରଶଲ ନାୟକ ଅବସରପ୍ରାପ୍ତ ଶିକ୍ଷା ନିରିକ୍ଷକ ମାରସଲ ନାୟକ ଏବଂ ଅଧ୍ୟକ୍ଷ ଅଖିଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନ୍ତେବାସୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅତିଥିମାନଙ୍କୁ ପୁଷ୍ପ , ଚନ୍ଦନ ଏବଂ ଫୁଲତୋଡ଼ା ଦେଇ ସ୍ୱାଗତ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାସହ ଅନୁଷ୍ଠାନର ସମ୍ପାଦକ ଉପଢୌକନ ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ

କରିଥିଲେ l ଉଦଘାଟନୀ ଉତ୍ସବରେ ଛାତ୍ରଛାତ୍ରୀ ସମୂହ ସଙ୍ଗୀତ ଗାନକରିଥିଲେ । ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଅଖିଲ କୁମାର ସାହୁ ଅତିଥ ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ସମନ୍ଧରେ ସୂଚନା ଦେଇଥିଲେ। ପ୍ରଥମ ବକ୍ତା ଶ୍ରୀ ମଧୁସୂଦନ ପାଢୀ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ତଥା ତାଙ୍କର ସମାଜ ସେବା ବିଷୟରେ ସମ୍ୟକ ଧାରଣl ଦେଇଥିଲେ । ଅନୁଷ୍ଠାନର ଉପାଦେଷ୍ଟା ଶ୍ରୀ ଦୁର୍ଜ୍ୟୋଧାନ କରଡା, ଦିନଦୟାଲ ଉପାଧ୍ୟାୟଙ୍କ ନାମରେ ହୋଇଥିବା ବିଭିନ୍ନ ଯୋଜନା ବିଷୟରେ ପ୍ରାଞ୍ଜଳ ଅବତାରଣା କରିଥିଲେ । ଦିନଦୟାଲ ଉପାଧ୍ୟାୟଙ୍କ ମହାନ ସମାଜ ସେବକ କାର୍ଯ୍ୟଧାରା ବିଷୟରେ ଶ୍ରୀ ବୀର ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ପ୍ରଶାନ୍ତ କୁମାର ନିଶିକା ଆଜି ଦିନର ଉଦ୍ଦେଶ୍ୟ ବିଷୟରେ ସମ୍ୟକ ସୂଚନା ଦେବା ସହ ସମଜରେ ଦିବ୍ୟାଙ୍ଗଙ୍କର ଆବଶ୍ୟକତା ବିଷୟରେ ଅବତାରଣା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଲ୍ଲେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଗପ ମାଧ୍ୟମରେ ସମାଜସେବା ତଥା ମହତ କାର୍ଯ୍ୟ ବିଷୟରେ ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ମାନବ ସେବାକୁ ମାଧବ ସେବା ବୋଲି ଆଖ୍ୟାନରେ ନିଜ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ପରିଶେଷରେ ଅନୁଷ୍ଠାନ ସଭାପତି ଶ୍ରୀ ଶରତ ଚନ୍ଦ୍ର ମଳିକ ଦିନଦୟାଲ ଉପାଧ୍ୟାୟଙ୍କୁ ମହାନ ରାଜନେତା, ମହାନ ଦେଶ ସେବକ ତଥା ମହାନ ସମାଜ ସେବକ ବୋଲି ବର୍ଣ୍ଣନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ ତଥା ଅନ୍ୟାନ୍ୟ କର୍ମଚାରୀ ଏବଂ ଅତିଥି ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here