ବୁଗୁଡା, ୨୫/୦୯/୨୦୨୨: ଚଳିତ ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇ ଥିବା ବିଜ୍ଞାନ ଓ କଳା ଛାତ୍ର ଛାତ୍ରୀ ମାନଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଶିକ୍ଷାନୁଷ୍ଠାନର ପ୍ରବେଶ ଦ୍ବାର ନିକଟରେ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରିଥିଲେ । ଛାତ୍ରଛାତ୍ରୀ ବୃନ୍ଦ ଜଗନ୍ନାଥଙ୍କୁ ପ୍ରଣାମ କରି ଶୁଭ କାମନା ମନାସି ଥିଲେ। ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର, ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା, ସରୋଜ କାନ୍ତ ଦାଶ, ବିଭୁତି ଭୁଷଣ ବେବର୍ତ୍ତା, ଡ.ଦିଲ୍ଲିପ କୁମାର ପ୍ରଧାନ, କିଶୋର ଚନ୍ଦ୍ର ପଣ୍ଡା, ଅଧ୍ୟାପିକା ସୁଜାତା କୁମାରୀ ପଟ୍ଟନାୟକ, ଭାବଗ୍ରାହୀ ପଣ୍ଡା, ସଞ୍ଜୟ କୁମାର ପାତ୍ର, ସଞ୍ଜୟ କୁମାର ବିଷୋୟୀ, ସନ୍ତୋଷ କୁମାର ପରିଡା ପ୍ରମୁଖ ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ରିପୋର୍ଟ: ଅନିଲ କୁମାର ମହାରଣା