ଆକ୍ସନ ମୁଡରେ ଅବକାରୀ ବିଭାଗ।୩୩୦ ଲିଟର ଦେଶୀ ମଦ ଜବତ ସହ ୧୩୫୦୦ ଲିଟର ପୋଚ ନଷ୍ଟ

0
168

ଚିକିଟି, ୨୬/୦୯/୨୦୨୨: ପାର୍ବଣ ଋତୁରେ ଅଞ୍ଚଳରେ ମଧର ପ୍ରଭାବକୁ ଲକ୍ଷାରଖି ବେଆଇନ ମଦ ପ୍ରସ୍ତୁତି ଓ ଚୋରା ଚାଲାଣ ରୋକିବାକୁ ନେଇ ଚିକିଟି ଅବକାରୀ ବିଭାଗର ଧରପଗଡ ଆରମ୍ଭ କରିଛି । ଅବକାରୀ ବିଭାଗର ସୁପରଡେଣ୍ଟ ରମେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅଞ୍ଚଳ ଗ୍ରାମାଞ୍ଚଳ ଓ ସହରର ବିଭିନ୍ନ ଜାଗାରେ ଚଢ଼ାଉ ଆରମ୍ଭ କରିଦେଇଛି । ରବିବାର ସକାଳ ୮ ଘଣ୍ଟା ସମୟରେ ଜରଡା ଥାନା ଅଞ୍ଚଳରେ ଅବକାରୀ ବିଭାଗ, ଜରଡା ପୋଲିସ ଓ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଦିଗପହଣ୍ଡି ଅତିରିକ୍ତ ତହସିଲଦାରଙ୍କ ମିଳିତ ଚଢାଉରେ ତୁମ୍ଭା ଶାସନ , ବାହାବାଡ ଓ ଚଢ଼େଇ ଗାଁ ଅଞ୍ଚଳରେ ମିଳିତ ଚଢାଉ କରି ମଦ ମାଫିଆ ମାନଙ୍କ ଦ୍ଵାରା ଗଚ୍ଛିତ କରାଯାଇଥିବା ବହୁ ପରିମାଣର ପୋଚ ଓ ରନ୍ଧା ମଦ ଜବତ କରିଛି । ଏଥି ସହିତ ଚିକିଟି ବ୍ଲକ ଅନ୍ତର୍ଗତ ଆର୍ ସୁବାଣୀ ଅଞ୍ଚଳରେ ଥିବା ବେଆଇନ ଭାବେ ଚାଲିଥିବା ମଦ ଦୋକାନ ମାନଙ୍କରେ ମଧ୍ୟ ଚଢ଼ାଉ କରିଛି । ଗୋଳନ୍ଥରା ଥାନା ପୋଲିସ ଉପସ୍ଥିତିରେ ହୋଇଥିବା ଏହି ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଦିଗପହଣ୍ଡି ଅତିରିକ୍ତ ତହସିଲଦାର, ଚିକିଟି ଡିଏସପି ବିଜୟ କୁମାର ଦାରୁଆ , ଗୋଳନ୍ଥରା ଓଆଇସି ସୁବାସ ଚନ୍ଦ୍ର ସ୍ତ୍ରାଇକିଂ ଫୋର୍ସ ଏଏସଆଇ ସୁଧାଂଶୁ ମୁଣ୍ଡା, ଜରଡା ଥାନା ଏଏସଆଇ ମନୋଜ କୁମାର ବେହେରା ଓ ଏପିଆର୍ ଫୋର୍ସ ସାମିଲ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here