ଛତ୍ରପୁର,୨୭/୦୯/୨୦୨୨: ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ଦୁଇଟିକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇ ଜିଲ୍ଲାରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ସୁନ୍ଦର ପରିକଳ୍ପନା ହେଉଛି ଅହିଂସା ରଥ । ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢୀଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ଅହିଂସା ରଥର ପରିକଳ୍ପନା ବାସ୍ତବିକ ଏକ ସଫଳ ରୂପାୟନ । ସ୍ବାଧୀନତାର ସଫଳତା ତଥା ସ୍ବତନ୍ତ୍ର ମୂଳମନ୍ତ୍ର ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି । ଅହିଂସାର ବାର୍ତ୍ତା ବହନ କରି ପଞ୍ଚମ ଦିବସରେ ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରରେ ମହା ଆନନ୍ଦ ଉଲ୍ଲାସର ସହ ବିରାଟ ଶୋଭାଯାତ୍ରାରେ ମାନ୍ୟବର ସାଂସଦ ଆସ୍କା ପ୍ରମିଳା ବିଷୋୟୀ, ମାନ୍ୟବର ବିଧାୟିକା କବିସୂର୍ଯ୍ୟନଗର ଲତିକା ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ,ତହସିଲଦାର ମୋନାଲିସା ଆଚାର୍ଯ୍ୟ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ୍. ଲକ୍ଷ୍ମୀ ସେଠୀ, ଉପାଧ୍ୟକ୍ଷ ବିକ୍ରାନ୍ତ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢୀ, ବ୍ଲକ୍ ଉପାଧ୍ୟକ୍ଷ ବୀରେନ୍ଦ୍ର ଖଟେଇ, ଜନ ପ୍ରତିନିଧି, ସ୍ବାୟଂ ସହାୟିକା ଗୋଷ୍ଠୀ, ଅହିଂସା ରଥକୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ । ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା କଣ୍ଢେଇ ନାଚ, ଯୋଡି ଶଙ୍ଖ, ରଣପା, ସଂକୀର୍ତ୍ତନ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଗଞ୍ଜାମ କଳା ପରିଷଦ ବ୍ରହ୍ମପୁର ତରଫରୁ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା । ବେଗୁନିଆପଡା ଠାରେ ମଧ୍ୟ ମହା ଆନନ୍ଦ ଉଲ୍ଲାସର ସହ ବିରାଟ ଶୋଭାଯାତ୍ରାରେ ମାନ୍ୟବର ବିଧାୟିକା କବିସୂର୍ଯ୍ୟନଗର ଲତିକା ପ୍ରଧାନ, ବେଗୁନିଆପଡା ବ୍ଲକ୍ ଅଧ୍ୟକ୍ଷା ରେଣୁ ଗୌଡ, ବ୍ଲକ୍ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ, ତହସିଲଦାର ସସ୍ମିତା ଶତପଥୀ, ସହକାରୀ ଯନ୍ତ୍ରୀ ସଂଗୀତା ତୁଡୁ, ସ୍ଥାନୀୟ ସାଂସ୍କୃତିକ ଦଳ, ଜନ ପ୍ରତିନିଧି, ସ୍ବାୟଂ ସହାୟିକା ଗୋଷ୍ଠୀ, ଅହିଂସା ରଥକୁ ସ୍ବାଗତ ଓ ସମ୍ବର୍ଦ୍ଧିତ କରିଥିଲେ । ଶୋଭାଯାତ୍ରାରେ ବାଜା,କୀର୍ତ୍ତନ,ମୃଦଙ୍ଗ ସହ ଅହିଂସା ରଥକୁ ସ୍ଵାଗତ କରିଥିଲେ ଏବଂ ପରେ ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ରଚିତ ମୁକ୍ତି ପଥର ଯାତ୍ରୀ – ଅହିଂସା ସାରଥୀ ଗଞ୍ଜାମ କଳା ପରିଷଦ ବ୍ରହ୍ମପୁର ତରଫରୁ ନାଟକ ପରିବେଷଣ କରାଯାଇଥିଲା । ପରେପରେ ଅହିଂସା ରଥ ଖଲ୍ଲିକୋଟ ଅଭିମୁଖେ ଯାତ୍ରା କରିଥିଲା । ଖଲ୍ଲିକୋଟ ବ୍ଲକ୍ ଅଫିସ୍ ଠାରୁ କଲ୍ଯାଣ ମଣ୍ଡପ ପର୍ଯ୍ୟନ୍ତ ମହା ଆନନ୍ଦ ଉଲ୍ଲାସର ସହ ବିରାଟ ଶୋଭାଯାତ୍ରାରେ ମାନ୍ୟବର ବିଧାୟକ ଖଲ୍ଲିକୋଟ ସୂର୍ଯ୍ୟମଣି ବୈଦ୍ୟ, ମାନ୍ୟବର ସାଂସଦଙ୍କ ପ୍ରତିନିଧି ରତ୍ନାକର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିତାଲି, ଜିଲ୍ଲା’ ପରିଷଦ ସଭ୍ୟଗଣ, ଜନ ପ୍ରତିନିଧି, ସ୍ବାୟଂ ସହାୟିକା ଗୋଷ୍ଠୀ, ଏନସିସି,ସ୍କାଉଟ ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଉପସ୍ଥିତିରେ ଅହିଂସା ରଥକୁ ବିପୁଳ ଉତ୍ସାହର ସହ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଅହିଂସାର ବାର୍ତ୍ତା ବହନ ସହ ବିରାଟ ଜାତୀୟ ପତାକା ଶୋଭାଯାତ୍ରା ସଙ୍ଗେ ସଙ୍ଗେ ବାଜା,କୀର୍ତ୍ତନ,ମୃଦଙ୍ଗ ସହ ଅହିଂସା ରଥକୁ ସ୍ଵାଗତ କରିଥିଲେ ଏବଂ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ରଚିତ ମୁକ୍ତି ପଥର ଯାତ୍ରୀ – ଅହିଂସା ସାରଥୀ ନାଟକ ପରିବେଷଣ କରାଯାଇଥିଲା । ଅନ୍ୟ ରଥଟି ଗଞ୍ଜାମ ବ୍ଲକ୍ ରେ ପହଞ୍ଚିବା ପରେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗଞ୍ଜାମ ଛକ ଠାରୁ ଭାରତୀ ବିଦ୍ୟାପୀଠ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ଛତ୍ରପୁର ମାନ୍ୟବର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପ୍ରତିଭା ପାଢୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବଜିତ ରାୟ, ତହସିଲଦାର ଅରୁଣ କୁମାର ନାୟକ, ସ୍ବେଚ୍ଛାସେବୀ ସଂଗଠନ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ଏନ୍.ସି.ସି., ସ୍କାଉଟ୍ସ, ବିଦ୍ୟାଳୟ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଉପସ୍ଥିତିରେ ଅହିଂସା ରଥକୁ ବିପୁଳ ଉତ୍ସାହର ସହ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଭାରତୀ ବିଦ୍ୟାପୀଠ ଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ପ୍ରଶାସନ ତରଫରୁ ଶାସ୍ବତୀ ପ୍ରଗତିଶୀଳ ନାଟ୍ୟ ସଂସ୍ଥା ତରଫରୁ ଏକ ନାଟକ ପରିବେଷଣ କରାଯାଇଥିଲା । ସ୍ଵୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କ ଦ୍ଵାରା ନିଜ ନିଜ ହାତ ତିଆରି ପିଠାପଣାର ଏକ ଛୋଟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ମାନ୍ୟବର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମାନସୀ ସ୍ଵାଇଁ, ଆଶାଲତା ରାଚୁମାଲା, ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟ ଦାଶ, ବ୍ଲକ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମି ବେହେରା, ସି.ଡ଼ି.ପି.ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ, ଜନପ୍ରତିନିଧି, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା ଦେବା ସହ ସ୍ଵାଗତ କରଯାଇଥିଲା । ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରମ୍ଭା ଅଗ୍ନିଶମ ସେବା କେନ୍ଦ୍ର ଠାରେ ମଧ୍ୟ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।
Home ବ୍ରହ୍ମପୁର ସ୍ପେଶାଳ ପଞ୍ଚମ ଦିବସରେ ଗଞ୍ଜାମ ଜିଲ୍ଲାରେ ଅହିଂସା ରଥ ପରିଭ୍ରମଣ। ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରରେ ଦୀକ୍ଷିତ କରିବା...