ରଙ୍ଗେଇଲୁଣ୍ଡା ବ୍ଲକ ରେ ଦୁର୍ନୀତି । ଭିଜିଲାନ୍ସ ଜାଲରେ ଇନ୍ଦ୍ରାକ୍ଷୀ ର ଜିଆରଏସ ସି.ଏଚ. ଚେନ୍ଦ୍ରାୟା। ଦୁର୍ନୀତି ରେ ଲିପ୍ତ ଅନ୍ୟ ଅଧିକାରୀ ଙ୍କୁ କେବେ ଧରିବ ଭିଜିଲାନ୍ସ

0
214

ବ୍ରହ୍ମପୁର, ୨୭/୦୯/୨୦୨୨:ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଏକ ପୋଖରୀ ଭାଗ୍ୟବନ୍ଧ କାର୍ଯ୍ୟ ର ୨ଲକ୍ଷ ୩୨ହଜାର ଟଙ୍କାର ୧୦% ଉତ୍କଚ ୨୭ହଜାର ଟଙ୍କା ଲାଞ୍ଚ ଜିଆରଏସ ସି.ଏଚ. ଚେନ୍ଦ୍ରାୟା ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଆଜି ବ୍ଲକ ପରିସରରେ ଥିବା ଜିଆରଏସ ରୁମ୍ ରେ ଅଭିଯୋଗ କାରୀ ଋଷି ରେଡ୍ଡୀ ଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲେ। ପରେ ପଞ୍ଚାୟତ କାର୍ଯ୍ୟାଳୟ ରେ ଚଢ଼ାଉ ପରେ ଗୋଳାବନ୍ଧ ନୋଳିଆ ସାହିରେ ଚଢ଼ାଉ କରିଥିଲେ। ଆଜି ଲାଞ୍ଚ ଗ୍ରହଣ ମାମଲା ରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ୨୦/୨୦୨୨ ମାମଲା ରୁଜୁ ହୋଇଛି।ହନ୍ତୁଳୁ ଗ୍ରାମ ଠିକାଦାର ଋଷି ରେଡ୍ଡୀ ଙ୍କ ୪୭ଜଣ ଜବକାର୍ଡଧାରୀ ଶ୍ରମିକ ମାନଙ୍କ ପ୍ରାପ୍ୟ ରୁ ୧୦% ୨୭ହଜାର ଜିଆରଏସ ସିଏଚ. ଚେନ୍ଦ୍ରେୟା ବ୍ଲକ ପରିସରରୁ ଧରାପଡ଼ି ଭିଜିଲାନ୍ସ କାର୍ଯ୍ୟାଳୟ ରେ ଅଟକ ଅଛନ୍ତି। ହନ୍ତୁଳୁ ଗ୍ରାମର ଜଣେ ଠିକାଦାର କେ ଦଣ୍ଡାସି ରେଡ୍ଡୀ ଙ୍କ ପୁଅ ସଫ୍ଟୱେର ଇଂଜିନିୟର କେ. କିଶୋର ରେଡ୍ଡୀ ଥିବା ବେଳେ ଜଣେ ଶାରିରିକ ଅକ୍ଷମ ବ୍ୟକ୍ତି ଚାଲିପାରୁ ନଥିବା କେ. ରାଜେନ୍ଦ୍ର ରେଡ୍ଡୀ ହୋଇଥିବା ବେଳେ ସେମାନଙ୍କ ଜବକାର୍ଡ ଖାତାକୁ ମଧ୍ୟ ଟଙ୍କା ଯାଉଥିବା ଅଭିଯୋଗ କରିଛନ୍ତି। ଦଣ୍ଡାସି ବ୍ଲକର ପ୍ରତ୍ୟେକ ବର୍ଷ ଏହିପରି କାମ ନେଇ ନିରୀହ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିବା ନେଇ ଋଷି ରେଡ୍ଡୀ ଅଭିଯୋଗ କରିଛନ୍ତି। ଗୋଟିଏ କାମକୁ ସପ୍ତାହକୁ ଥରେ କାମକରି ଟଙ୍କା ବ୍ୟାଙ୍କ କୁ ଯାଇ ଆଦାୟ କରୁଥିବା ୠଷି ଅଭିଯୋଗ ଉଠାଇଛନ୍ତି। ଏହି ସମସ୍ତ କାମକୁ ସ୍ଥାନୀୟ ରାଜନେତାଙ୍କ ହାତଥିବା ଅଭିଯୋଗ ହୋଇଛି।ପୂର୍ବରୁ ରଙ୍ଗେଇଲୁଣ୍ଡା ବ୍ଲକ ରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ସୁଚନା ଅଧିକାର କର୍ମୀ ବିଶମ୍ବର ପାତ୍ର ତଥ୍ୟ ପାଇଁ ଆବେଦନ କରିବା ଏବଂ ପରବର୍ତ୍ତୀ ସମୟରେ ଅପିଲ ଶୁଣାଣି ବେଳେ ବ୍ଲକ ପରିସର ରେ ସୂଚନା ଅଧିକାର କର୍ମୀ ବିଶ୍ବମ୍ବର ପାତ୍ର ଙ୍କୁ ମାରଣାତ୍ମକ ଆକ୍ରମଣ ଏବଂ ଅପହରଣ କରି ଜୀବନ ରେ ମାରିଦେବାକୁ ଧମକ ଦେବା ଘଟଣା ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ଆଜି ର ଭିଜିଲାନ୍ସ ଚଢ଼ାଉ ଘଟଣା ନିଶ୍ଚିତ ଭାବେ ଦୁର୍ନୀତି ଅଭିଯୋଗ ର ସତ୍ୟତା ପ୍ରମାଣ କରୁଛି। ତେବେ ରଙ୍ଗେଇଲୁଣ୍ଡା ବ୍ଲକ ର ଦୁର୍ନୀତି ରେ  ଆଜି ଜଣେ ସାମାନ୍ୟ ଜିଆରଏସ ଙ୍କୁ ଭିଜିଲାନ୍ସ ଧରିଥିବା ବେଳେ ଦୁର୍ନୀତି ରେ ଲିପ୍ତ ଥିବା ବିଡ଼ିଓ ଙ୍କ ସମେତ ଅନ୍ୟ ଅଧିକାରୀ ଙ୍କୁ କେବେ ଭିଜିଲାନ୍ସ ଧରିବ ବୋଲି ସାଧାରଣରେ ଆଲୋଚନା ହେଉଛି।ଆଜି ଚଢ଼ାଉ ଜାରି ବେଳେ ବ୍ଲକ ପରିସର ଶୁନଶାନ୍ ହୋଇ ଯାଇଥିଲା।

LEAVE A REPLY

Please enter your comment!
Please enter your name here