ବ୍ରହ୍ମପୁର,୨୮/୦୯/୨୦୨୨:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବାଣିଜ୍ୟ ବିଭାଗରେ ୨ ଦିନିକିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି ।ସଭାରେ ମୁଖ୍ୟ ଅଥିତି ରୂପେ ସିଏମ୍ଏ ସତ୍ୟସୁନ୍ଦର ମହାସୁଆର, ବରିଷ୍ଠ ଅର୍ଥ ପ୍ରଭନ୍ଧକ୍, ନାଲକୋ ଲିମିଟେଡ ରୁ ଯୋଗଦେଇଥିଲେ। ଓମାନରୁ ପ୍ରଫେସର କେ ଶ୍ରୀନିବାସନ ମୁଖ୍ୟ ବକ୍ତା ରୂପେ ଭାଷଣ ଦେଇଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ସଭାପତି ରୂପେ ସଭାପରିଚଳନା କରିଥିଲେ , ସ୍ନାତକୋତ୍ତର ବିଭାଗ ସମୂହ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଯୋଗ ଦେଇଥିଲେ । ଡଃ ମହେଶ୍ୱର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ , ପ୍ରଫେସର ଲାଲ ସମ୍ମିଳନୀ ର ଶୀର୍ଷକ ଉପରେ ଆଲୋକପାତ କରିଥିଲେ ।ଶକ୍ତି ରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ସଭାପରେ ଏକ ଆଲୋଚନା ଚକ୍ର କରାଯାଇଥିଲା ଏହିଚକ୍ର ରେ ଏନ ଆଇ ଟି ରାଉରକେଲା ରୁ ପ୍ରଫେସର ଚନ୍ଦନ କୁମାର ସାହୁ, ଆଇ ଆଇ ଏମ୍ ବିଶାଖାପାଟଣା ରୁ ଡଃ ପୂଜା କୁମାରୀ , ସିଏମ୍ଏ ସତ୍ୟସୁନ୍ଦର ମହାସୁଆର, ବରିଷ୍ଠ ଅର୍ଥ ପ୍ରଭନ୍ଧକ୍, ନାଲକୋ ଲିମିଟେଡ, ଡଃ ଦୁର୍ଗା ପ୍ରସାଦ ମିଶ୍ର ଯୋଗଦେଇଥିଲେ ଓ ଡଃ ସାରଦା ପ୍ରସାଦ ସାହୁ ଚକ୍ର ପରିଚାଳକ ରୂପେ ଚକ୍ରକୁ ସଞ୍ଚାଳନ କରିଥିଲେ । ଏହାପରେ ପରେ ୧୦୦ ଅଧିକ ଗବେଷକ ମାନେ ଗବେଷଣା ପତ୍ର ଉପସ୍ଥାପନା କରିଥିଲେ। ଏହି ସଭାରେ ଉତ୍କଳ ବିଶ୍ୱବିଦ୍ୟାଳୟ ରୁ ପ୍ରଫେସର ମହେଶ୍ୱର ସାହୁ, ଡଃ ରବୀନ୍ଦ୍ର କୁମାର ସ୍ବାଇଁ , ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ରୁ ଡଃ ସାବତ କୁମାର ଦିଗାଲ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରୁ ପ୍ରଫେସର ପ୍ରସନ୍ନ କୁମାର ବିଶ୍ୱାସରାୟ , ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର ସମୂହ ଯୋଗ ଦେଇଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ଚନ୍ଦ୍ରିକା ପ୍ରସାଦ ଦାସ, ଡଃ ଭେଙ୍କଟେଶ୍ୱର୍ ରାଓ , ଶକ୍ତି ରଞ୍ଜନ ଦାଶ, ଓ ଲିପ୍ସା ଦାସ ସଭା ସଂଯୋଜନା କରିଥିଲେ।
ସଭା ଆରମ୍ଭ ଅତିଥି ମାନେ ଚାରା ଗଛ ରେ ଜଳଦାନ କରି ଆରମ୍ଭ କରିଥିଲେ ସଭା ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ଏହାସହିତ ବାଣିଜ୍ୟ ବିଭାଗର ସମ୍ବାଦ ପତ୍ର “ଦି କମର୍ସ ଟାଇମ୍ସ” କୁ ଉନ୍ମୋଚନ କରାଯାଇଥିଲା।