ଭୁବନେଶ୍ୱର,୦୧/୧୦/୨୦୨୨: ଯଶ୍ଵାସୀ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନଠୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି “ ସେବା ପକ୍ଷ” ପାଳନ କରୁଛି । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ତେଲୁଗୁ ଭାଷାଭାଷୀ ଭାଇ-ଭଉଣୀମାନଙ୍କୁ ନେଇ “ଏକ ଭାରତ ଶ୍ରେଷ୍ଠ ଭାରତ”ର କାର୍ଯ୍ୟକ୍ରମ
ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ‘ ବିବିଧତା ଭିତରେ
ଏକତା’ର ଭାରତ ବର୍ଷକୁ ଶ୍ରେଷ୍ଠ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଓଡ଼ିଶା ବିଜେପି ପଡୋଶୀ ରାଜ୍ୟ ତେଲୁଗୁ ସଂସ୍କୃତି, ପରମ୍ପରା ସହ
ଓଡିଆ ସଂସ୍କୃତି ପରମ୍ପରା ଏକାଠି ମିଶନ୍ତୁ ଓ ଖାଦ୍ୟ, ଭାଷା ଓ ପୋଷାକ ପରିଧାନ କରିଛନ୍ତି । ଆଜିର ଦିନରେ ତେଲୁଗୁ ସଂପ୍ରଦାର ପୋଷାକ ଓ ଖାଦ୍ୟ ଖାଇବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି ଶ୍ରୀ ମହାନ୍ତି । ଭାରତ ବର୍ଷର ୧୩୪କୋଟି ଜନସାଧାରଣ “ ଏକ ଭାରତ ଶ୍ରେଷ୍ଠ ଭାରତ” ଗଢ଼ିବାର ସଂକଳ୍ପ ନେଇ ଚଳିତ ବର୍ଷ ବିଜେପି ତେଲୁଗୁ ଲୋକଙ୍କୁ ଡାକି ସମ୍ମାନିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଲୋକ ଆଜିର ଦିନରେ ଭାବର ଆଦାନ ପ୍ରଦାନ କରିଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଆଗାମୀ ଦିନରେ ସଫଳ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ କହିଛନ୍ତି ଯେ, ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମନ୍ତ୍ର “ ସବକା ସାଥ ସବକା ବିକାଶ, ସବକା ବିଶ୍ଵାସ ସବକା ପ୍ରୟାସ” କୁ ନେଇ ଆଗକୁ ବଢ଼ିବାକୁ ହେବ । ବିଶ୍ୱରେ ଭାରତକୁ ୧ନଂ କରିବା ପାଇଁ ଆମ ସମସ୍ତଙ୍କର ପ୍ରୟାସର ଆବଶ୍ୟକତା ରହିଛି । ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀ ବଳଭଦ୍ର ମାଝୀ, ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ଶ୍ରୀ ମାନସ ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ, ଶ୍ରୀମତୀ ସୁରମା ପାଢ଼ୀ, ମୁଖପାତ୍ର ଶ୍ରୀ ବିରଚଂ ନାରାୟଣ ତ୍ରିପାଠୀ, ସୁଦିପ୍ତ ରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ଭୁବନେଶ୍ଵର ସାଂଗଠନିକ ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ,ସଜ୍ଜନ ଶର୍ମା, ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।